ଦିଲ୍ଲୀ ପ୍ରତିବାଦ: ବଡ କଥା କହିଦେଲେ CJI !
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଚାଲିଥିବା ପ୍ରତିବାଦକୁ ନେଇ ବଡ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ । ସିଜେଆଇ କହିଛନ୍ତି ଯେ, ଗଣତାନ୍ତ୍ରିକ ଏବଂ ରାଜନୈତିକ ପ୍ରତିବାଦ ଜାରି ରହିପାରିବ, କିନ୍ତୁ ସୁପ୍ରିମକୋର୍ଟଙ୍କୁ ଏଥିରେ ଟାଣିବା ଉଚିତ ନୁହେଁ । ସେ ସ୍ପଷ୍ଟ କରିଦେଇଛନ୍ତି , ଯେଉଁଠାରେ ନିର୍ଦ୍ଦିଷ୍ଟ ସ୍ଥାନ ରହିଛି ସେଠାରେ ଆଇନ ଅନୁଯାୟୀ ପ୍ରଦର୍ଶନ କରାଯାଇପାରିବ । ଗଣତାନ୍ତ୍ରିକ କାର୍ଯ୍ୟକଳାପ ଆଇନ ପରିସର ମଧ୍ୟରେ କରାଯିବା ଉଚିତ ଏବଂ ଏହାଦ୍ବାରା ସୁପ୍ରିମକୋର୍ଟର କାର୍ଯ୍ୟକାରିତାରେ ଯେପରି କୌଣସି ବାଧା ନଉପୁଜେ, ତାହାକୁ ଧ୍ୟାନ ଦେବା ଜରୁରୀ ।
କହିରଖୁଛୁ ଯେ, ପ୍ରତିବାଦ ସମୟରେ ଓକିଲମାନଙ୍କୁ ଅଟକ ରଖିବା ଏବଂ ଇଣ୍ଟରେନଟ୍ ସେବା ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଏକ ଆବେଦନ ଦାଖଲ କରିଥିଲା । ଆଉ ଏହି ଏସସିବିଏର ଆବେଦନ ଉପରେ ଆସନ୍ତାକାଲି ଶୁଣାଶୀ କରିବେ ସୁପ୍ରିମକୋର୍ଟ । ଏହାକୁ ନେଇ ସିଜେଆଇ କହିଛନ୍ତି ଯେ, ଗଣତାନ୍ତ୍ରିକ କାର୍ଯ୍ୟକଳାପ ସୁରୁଖୁରୁରେ ହେବା ଉଚିତ, କିନ୍ତୁ ସୁପ୍ରିମକୋର୍ଟର କାର୍ଯ୍ୟ କିମ୍ବା ଓକିଲ, କୋର୍ଟ କର୍ମଚାରୀ ଏବଂ ମକଦ୍ଦମାକାରୀଙ୍କ ଗତିବିଧିରେ କୌଣସି ବାଧା ସୃଷ୍ଟି ହେବୋ ଉଚିତ ନୁହେଁ ।
ସୂଚନା ମୁତାବକ, ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡିକ ଦ୍ବାରା ସୁପ୍ରିମକୋର୍ଟ ଅଭିମୁଖେ ଏକ ଯୋଜନାବଦ୍ଦ ପ୍ରତିବାଦ ମାର୍ଚ୍ଚକୁ ଦୃଷ୍ଟିରେ ରଖି ଆଜି ଦିଲ୍ଳୀ ‘ହାଇ ଆର୍ଲଟ’ରେ ରହିଛି । ପୂରା ରାଜଧାନୀରେ ୩୦,୦୦୦ ରୁ ଅଧିକ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି । କାରଣ ଗତକାଲି ବିରୋଧୀ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଭୋଟ ଚୋରିକୁ ରୋକିବା ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସେମାନେ ସୋମବାର ଦିନ ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା କରିବେ । ଏହାକୁ ଦୃଷ୍ଟିରେ ରଖି ଅନଧିକୃତ ସମାବେଶକୁ ରୋକିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ରେଳ ଷ୍ଟେସନ୍, ବସ୍ ଟର୍ମିନାଲ, ସହରର ସୀମା ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।