ଦିଲ୍ଲୀ SIR ନେଇ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

Oct 28, 2026 - 21:16
ଦିଲ୍ଲୀ SIR ନେଇ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ। ଦିଲ୍ଲୀରେ ଭୋଟର ତାଲିକାର SIR ନେଇ ଏକାଧିକ ଆବେଦନର ଶୁଣାଣି ବେଳେ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ରେ ପରିବର୍ତ୍ତନ କରିପାରିବେ ନାହିଁ। ପୂର୍ବରୁ ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତିମାନଙ୍କୁ ପୁଣିଥରେ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ପୂରଣ କରିବାକୁ କାହିଁକି କୁହାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଫର୍ମ-୬ ମୁଖ୍ୟତଃ ନୂତନ ଭୋଟରଙ୍କ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ।

ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଫର୍ମ-୬, ୭ ଓ ୮ ନିର୍ଦ୍ଧାରିତ ଫର୍ମାଟ୍ ହୋଇଥିବାରୁ ଏଥିରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ଏହି ଖଣ୍ଡପୀଠ ଆହୁରି ପ୍ରଶ୍ନ କରିଛନ୍ତି ଯେ ନିକଟ ଭବିଷ୍ୟତରେ ଦିଲ୍ଲୀରେ କୌଣସି ନିର୍ବାଚନ ହେବାର ନଥିବା ସତ୍ତ୍ୱେ ନିର୍ବାଚନ ଆୟୋଗ ଅକ୍ଟୋବର ୩୦ ତାରିଖକୁ ଶେଷ ତାରିଖ ଭାବେ କାହିଁକି ଧାର୍ଯ୍ୟ କରୁଛନ୍ତି। ନାମ ପୁନଃପଞ୍ଜୀକରଣ ପାଇଁ କୌଣସି ଶେଷ ତାରିଖ ଧାର୍ଯ୍ୟ ନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଯେଉଁ ଭୋଟର ବିଭିନ୍ନ କାରଣରୁ ନିଜର ଫର୍ମ ଦାଖଲ କରିପାରିନାହାନ୍ତି, ସେମାନଙ୍କ ପାଇଁ ଏକ ସରଳ ସମାଧାନର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗକୁ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ନାମ ପୂର୍ବରୁ ଭୋଟର ତାଲିକାରେ ଥିଲା, କିନ୍ତୁ ଏବେ ତାହା ତାଲିକାରେ ନାହିଁ, ତେବେ ତାଙ୍କୁ ‘ନୂତନ ଭୋଟର’ କହିବା ବଦଳରେ ଅନୁଯାୟୀ ଉପଯୁକ୍ତ ସମାଧାନ ଖୋଜାଯିବା ଉଚିତ। ଫର୍ମ-୮ ଠିକଣା ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଫର୍ମ-୬ ନୂତନ ଭୋଟରଙ୍କ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ।ତେଣୁ ପୂର୍ବରୁ ଭୋଟର ତାଲିକାରେ ନାମ ଥିବା ବ୍ୟକ୍ତିଙ୍କୁ ଫର୍ମ-୬ ମାଧ୍ୟମରେ ସେମାନେ ପୂର୍ବରୁ କୌଣସି ଭୋଟର ତାଲିକାରେ ନଥିଲେ ବୋଲି ଘୋଷଣା କରିବାକୁ ବାଧ୍ୟ କରିବା ଅଯୌକ୍ତିକ ଓକିଲ ଯୁକ୍ତି କରିଥିଲେ।

ପ୍ରଧାନ ବିଚାରପତି ମତ ଦେଇଥିଲେ ଯେ, ନିର୍ବାଚନ ଆୟୋଗ କେବଳ ଭୋଟରମାନେ ଆବେଦନ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ନୁହେଁ। ବରଂ ଭୋଟରମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ଆୟୋଗ ଉଦ୍ୟମ କରିବା ଆବଶ୍ୟକ। ଫର୍ମ-୬ ଓ ଫର୍ମ-୮ ମାଧ୍ୟମରେ ଆବେଦନ ଗ୍ରହଣ ପ୍ରକ୍ରିୟା ଜାରି ରଖିବା ସହିତ ସବୁଠାରୁ ସରଳ ସମାଧାନ ଆପଣାଇବାକୁ ଖଣ୍ଡପୀଠ ନିର୍ବାଚନ ଆୟୋଗକୁ ପରାମର୍ଶ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।