ଧମାକାଦାର ଶତକ ପରେ ପୁଣି ନମ୍ବର ଓ୍ବାନ୍ ସ୍ଥାନରେ ଅଭିଷେକ ଶର୍ମା

Oct 28, 2026 - 17:00
ଧମାକାଦାର ଶତକ ପରେ ପୁଣି ନମ୍ବର ଓ୍ବାନ୍ ସ୍ଥାନରେ ଅଭିଷେକ ଶର୍ମା

ଧମାକାଦାର ଶତକ ପରେ ପୁଣି ନମ୍ବର ଓ୍ବାନ୍ ସ୍ଥାନରେ ଅଭିଷେକ ଶର୍ମା

ନନ୍ଦିଘୋଷ ବ୍ୟୁରୋ: ଓ୍ବେଲିଂଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଧମାକାଦାର ଶତକ ପରେ ଆଇସିସି ଟି-୨୦ ପୁରୁଷ ଇଣ୍ଟରନ୍ୟାସନାଲ ବ୍ୟାଟର ତାଲିକାରେ ପୁଣି ଏକ ନମ୍ବର ସ୍ଥାନକୁ ଫେରିଲେ ଭାରତର ବିସ୍ଫୋରକ ଓପ୍ନର ଅଭିଷେକ ଶର୍ମା । ମଙ୍ଗଳବାର ଖେଳା ଯାଇଥିବା ତୃତୀୟ ଟି-୨୦ରେ ଅଭିଷେକ ୩୮ ବଲରେ ୧୧୩ ରନ୍ କରିଥିଲେ । ୩୫ ବଲରେ ଅଭିଷେକ ଶତକ ପୂରା କରିଥିବା ବେଳେ ଭାରତ ଏହି ମ୍ୟାଚକୁ ୬ ଓ୍ବିକେଟରେ ଜିତି ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ହାତେଇ ନେଇଛି । ଗୋଟିଏ ପଟେ ଅଭିଷେକ ଏକ ନମ୍ବରକୁ ଫେରିଥିବା ବେଳେ ଅଧିନାୟକ ଶ୍ରୀୟସ ଆୟର ୪ଟି ସ୍ଥାନ ତଳକୁ ଖସି ୯ମ ସ୍ଥାନକୁ ଚାଲି ଆସିଛନ୍ତି ।

ଇଶାନ କିଶନଙ୍କୁ ହଟାଇଲେ ଅଭିଷେକ

ଅଭିଷେକଙ୍କ ଏହି ଶତକ ପରେ ରାକିଂରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଭିଷେକ ନିଜ ସହ ଖେଳାଳି ଇଶାନ କିଶନଙ୍କୁ ହଟାଇ ଏକ ନମ୍ବର ସ୍ଥାନକୁ ଆସିଛନ୍ତି । ଆୟରଲାଣ୍ଡ ବିପକ୍ଷରେ ଶତକ ହାସଲ କରିବା ପରେ ଇଶାନ ଏକ ନମ୍ବର ସ୍ଥାନକୁ ଆସିଥିଲେ । ଏବେ ଇଶାନ କିଶାନ ତୃତୀୟ ସ୍ଥାନକୁ ଖସି ଯାଇଥିବା ବେଳେ ପାକିସ୍ତାନର ସାହିବଜାଦା ଫରହାନ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି । ୨୦୨୫ ଜୁଲାଇରେ ଅଭିଷେକ ଏହି ଫର୍ମାଟରେ ପ୍ରଥମ ଥର ପ୍ରଥମ ସ୍ଥାନକୁ ଆସିଥିଲେ । ଆଉ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଏହି ସ୍ଥାନରେ ରହି ନିଜ ଦବଦବା ଦେଖାଇଥିଲେ । ତେବେ ବର୍ଷ ଆଣମ୍ଭରେ ଟି-୨୦ ବିଶ୍ବକପରେ ଇଶାନ କିଶାନ ଭଲ ପ୍ରଦର୍ଶନ କରି ଏକ ନମ୍ବର ସ୍ଥାନକୁ ଚାଲି ଆସିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।