ନେତାନ୍ୟାହୁଙ୍କୁ ଇସ୍ରାଏଲ ବିରୋଧୀ ଆମେରିକା ରାଷ୍ଟ୍ରପତି ଡର, ଭାରତ ସହ ବନ୍ଧୁତ୍ବ ଦୃଢ଼ କରିବା ଉପରେ ଜୋର
ନେତାନ୍ୟାହୁଙ୍କୁ ଇସ୍ରାଏଲ ବିରୋଧୀ ଆମେରିକା ରାଷ୍ଟ୍ରପତି ଡର, ଭାରତ ସହ ବନ୍ଧୁତ୍ବ ଦୃଢ଼ କରିବା ଉପରେ ଜୋର
ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ନା କେବଳ ନିଜ ଦେଶର ଚିନ୍ତା ବଢ଼ାଇଛି ବରଂ ବନ୍ଧୁ ରାଷ୍ଟ୍ରଙ୍କ ବିଶ୍ବାସ ମଧ୍ୟ ହରାଇବାକୁ ଲାଗିଛି । ଏମିତି ସ୍ଥିତିରେ ଆମେରିକାର ପରବର୍ତ୍ତି ରାଷ୍ଟ୍ରପତି ନିର୍ବାଚନରେ ବଡ଼ ଧରଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଯାହାର ସଙ୍କେତ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ଦେଇଛନ୍ତି । ଏପରିକି ଆମେରିକାରେ ଇସ୍ରାଏଲ ବିରୋଧୀ ରାଷ୍ଟ୍ରପତି ନିର୍ବାଚିତ ହେବାର ଆଶଙ୍କା କରିବା ସହ ଭାରତ ଓ ଲାଟିନ ଆମେରିକୀୟ ଦେଶଙ୍କ ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ଉପରେ ସେ ଜୋର ଦେଇଛନ୍ତି ।
ସେ କହିଛନ୍ତି, ଭବିଷ୍ୟତରେ ଆମେରିକାର କୌଣସି ରାଷ୍ଟ୍ରପତି ଇସ୍ରାଏଲ ବିରୋଧୀ ହୋଇପାରନ୍ତି । ଏଥିପାଇଁ ଆମକୁ ଆମ ସୁରକ୍ଷା ଦୃଢ଼ କରିବାକୁ ହେଲେ ଭାରତ ଓ ଲାଟିନ ଆମେରିକା ଦେଶଙ୍କ ସହ ସମ୍ପର୍କ ଭଲ କରିବାକୁ ପଡ଼ିବ । ଏହାସହ ଇସ୍ରାଏଲକୁ ଅନ୍ୟ ଦେଶଙ୍କ ସହ ମିଶି ନୂଆ ସଂଗଠନ ମଧ୍ୟ ବନାଇବାକୁ ପଡିବ । ଏକ କାର୍ଯ୍ୟକ୍ରମରେ ନିଜ ସୁରକ୍ଷା ନୀତିକୁ ନେଇ ନେତାନ୍ୟାହୁ ଏହା କହିଛନ୍ତି ।
ସେ କହିଛନ୍ତି, ଦୁଇ ବର୍ଷ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ରାଷ୍ଟ୍ରପତି ଇସ୍ରାଏଲର ଘୋର ବିରୋଧୀ ହୋଇପାରନ୍ତି । ଏମିତି ସ୍ଥିତିରେ ଆମେରିକା ସହ ସମ୍ପର୍କ ଆଗକୁ ବଢ଼ାଇବା ଓ ଆଗକୁ ଯିବାକୁ ପଦକ୍ଷେପ ନେବାକୁ ପଡ଼ିବ । ଟ୍ରମ୍ପଙ୍କ କାର୍ଯ୍ୟକଳା ମଧ୍ୟରେ ଆମକୁ ଆମ ସ୍ଥିତି ମଜଭୁତ କରିବାକୁ ଯଥା ସମ୍ଭବ ଉଦ୍ୟମ କରିବାକୁ ପଡ଼ିବ । ଆଉ ଆମେରିକା ସହ ଭଲ ଓ ଖରାପ ସ୍ଥିତି ନେଇ ପ୍ରସ୍ତୁତ ରହିବାକୁ ପଡିବ ।
ଭାରତ ନାଁ ନେଇ ସେ କହିଛନ୍ତି, ଭାରତ ଏକ ବଡ଼ ଦେଶ । ଏମିତି ବି ବହୁତ ଦେଶ ଅଛନ୍ତି, ଯେଉଁମାନଙ୍କ ସହ ଆମେ ସମ୍ପର୍କ ବଢ଼ାଇ ପାରିବା । ଏହାସହ ଲାଟିନ ଆମେରିକା ଦେଶରେ ହେଉଥିବା ରାଜନୈତିକ ପରିବର୍ତ୍ତନ କଥା ମଧ୍ୟ ସେ କହିଛନ୍ତି । ତାଙ୍କ ମତରେ, ବ୍ରାଜିଲରେ କିଛିଦିନ ମଧ୍ୟରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏମିତି ସ୍ଥିତିରେ ଆମକୁ ସହଯୋଗୀ ଦେଶଙ୍କ ସଂଖ୍ୟା ବଢ଼ାଇବା ସହ ନିଜ କ୍ଷମତା ଏପରି କରିବା ଆବଶ୍ୟକ ଯାହାକୁ ଉକ୍ତ ଦେଶଗୁଡିକ ଉପଯୋଗୀ ମାନିବେ ।
ସୂଚନାଯୋଗ୍ୟ, ଆକ୍ଟୋବର ୨୭ ତାରିଖରେ ଇସ୍ରାଏଲରେ ନିର୍ବାଚନ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିତାନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ ହେବା ନେଇ ଖୋଲା ସମର୍ଥନ ଘୋଷଣା କରିଛନ୍ତି । ଏପରି ସ୍ଥିତିରେ ନେତାନ୍ୟାହୁଙ୍କ ଏପରି ବୟାନ କିଛି ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।