ପୋଖରୀରେ ବୁଡି ନାବାଳକ ଓ ବୃଦ୍ଧା ମୃତ୍ୟୁ
ଦିଗପହଣ୍ଡି : ପୋଖରୀରେ ବୁଡି ନାବାଳକ ଓ ବୃଦ୍ଧା ମୃତ୍ୟୁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଦାନଆମ୍ବଠା ପୋଖରୀରେ ନାବାଳକଙ୍କ ମୃତ୍ୟୁ। ନାବାଳକ ଜଣଙ୍କ ହେଲେ ଖଲିଙ୍ଗି ଗାଁର ପିଣ୍ଟୁ ମହାନ୍ତିଙ୍କ ୭ ବର୍ଷିୟ ପୁଅ ରାଜବିର ମହାନ୍ତି। ରାଜବିର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧନତା ହେତୁ ପୋଖରୀରେ ବୁଡି ଯାଇଥିଲେ l ନାବାଳକଙ୍କୁ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ରାଜବୀରକୁ ମୃତ ଘୋଷଣା କରିଥିଲେ l ସେହିଭଳି ମହାନଳା ଗ୍ରାମ ପୋଖରୀରେ ବୃଦ୍ଧା ଜଣଙ୍କ ଶୌଚ ପାଇଁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ l । ପରେ ପୋଖରୀରେ ବୃଦ୍ଧାଙ୍କ ମୃତ ଦେହ ଭାସୁଥିବାର ଦେଖିଯାଇଥିଲା। ମୃତକ ବୃଦ୍ଧା ଜଣକ ହେଲେ ମହାନଳା ଗାଁର ରାଜଲକ୍ଷ୍ମୀ ଦୋରା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।