ବଙ୍ଗୋପସାଗର ରେ ସୃଷ୍ଟି ଘୂଣ୍ଣିବଳୟ

Oct 22, 2026 - 18:49
ବଙ୍ଗୋପସାଗର ରେ ସୃଷ୍ଟି ଘୂଣ୍ଣିବଳୟ

ନନ୍ଦିଘୋଷ ବ୍ୟୁରୋ: ଅକ୍ଟୋବର ମାସରେ ବାତ୍ଯା ନେଇ ଛନକା ଲାଗି ରହିଥିବାବେଳେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଘୂ୍ଣ୍ଣିବଳୟ । ଦକ୍ଷିଣପୂର୍ବ ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ତତ୍ ସଂଲଗ୍ନ ଆଣ୍ଡାମାନ ଦ୍ୱୀପ ଉପରେ ମଧ୍ୟ ଏହା ସକ୍ରିୟ ରହିଛି । ଏହି ଘୂ୍ଣ୍ଣିବଳୟ ଟି ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । କାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପ ନେବା ସମ୍ଭାବନା ରହିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ଆଶଂକା କରାଯାଉଛି । ୨୪ ତାରିଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସହ ୨୫ରେ ଅବପାତ ଓ ୨୬ରେ ଗଭୀର ଅବପାତରେ ପରିଣତ ହେବ । ଆସନ୍ତା ୨୮ ତାରଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇପାରେ । ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି । ଆମେରିକା ଓ ୟୁରୋପୀୟ ମଡେଲ ବାତ୍ୟା ହେବା ନେଇ ସ୍ପଷ୍ଟ କରିଛି । ତେବେ IMD ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇନି । ଯଦି ବାତ୍ଯା ହୁଏ ତେବେ ଏହାର ଗତିପଥ ନେଇ ଏବେଠୁ ଆକଳନ କରି ହେବ ନାହିଁ ।…

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।