ବିଦ୍ୟାଳୟରେ ନାହିଁ ବିଦ୍ୟୁତ

Oct 18, 2026 - 17:28
ବିଦ୍ୟାଳୟରେ ନାହିଁ ବିଦ୍ୟୁତ

ବୌଦ୍ଧ : ଚକାଚକ ସ୍କୁଲ । ସ୍ମାର୍ଟ କ୍ଲାସ୍ରୁମ୍, କମ୍ପ୍ୟୁଟର ବି ଅଛି। ହେଲେ ନାହିଁ ବିଦ୍ୟୁତ୍। ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ବୌଦ୍ଧ ଜିଲ୍ଲା ବହିରା ପଞ୍ଚାୟତ ହାଇସ୍କୁଲରେ ନାହିଁ ବିଜୁଳି। ଫଳରେ ଆଧୁନିକ ଶିକ୍ଷାଦାନ ସୁବିଧାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ। ବକେୟା ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ବର୍ଷେରୁ ଅଧିକ ସମୟ ହେଲା ବିଦ୍ୟୁତ୍ ସଂଯୋଗ କଟିଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷାଦାନର ସୁଯୋଗ ଦେବା ଲକ୍ଷ୍ୟରେ ବିଦ୍ୟାଳୟରେ ୫ଟି ଯୋଜନାରେ ସ୍ମାର୍ଟ କ୍ଲାସ୍ରୁମ୍ ଓ କମ୍ପ୍ୟୁଟର ଭଳି ସୁବିଧା ଯୋଗାଇ ଦିଆଯାଇଥିଲା। କିନ୍ତୁ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏହି ଆଧୁନିକ ଶିକ୍ଷା ଉପକରଣର ବ୍ୟବହାର ହୋଇପାରୁନି। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି l

ବିଦ୍ୟୁତ ନ ଥିବାରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି। ଜଳୁନି ବଲବ, ବୁଲୁନି ଫ୍ୟାନ। ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଛାତ୍ରଛାତ୍ରୀ । ବିଜୁଳି ନଥିବାରୁ ସ୍ମାର୍ଟ କ୍ଲାସ୍ରୁମ୍ ଓ କମ୍ପ୍ୟୁଟରରେ ଶିକ୍ଷା ଗ୍ରହଣ କରିବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ଗୋଟେ ପଟେ ଡିଜିଟାଲ୍ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଅନ୍ୟପଟେ ବିଦ୍ୟୁତ୍ ସଂଯୋଗ ଅଭାବରୁ ବିଦ୍ୟାଳୟରେ ସେହି ବ୍ୟବସ୍ଥା ଅଚଳ ହୋଇ ରହିବା ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଓ ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ଖୁବଶୀଘ୍ର ବକେୟା ବିଲ ପୈଠ କରାଯିବ ବୋଲି ଡିଇଓ କହିଛନ୍ତି…।

ଏଠି ପ୍ରଶ୍ନ ବିଦ୍ୟାଳୟରେ କେବେ ବକେୟା ବିଦ୍ୟୁତ୍ ବିଲ୍ ପୈଠ ହେବ ? କେବେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଶିକ୍ଷାଦାନର ସୁବିଧା ମିଳିବ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।