“ଭୋଟ ଚୋରି, ସରକାର ଚୋରି, ଏବେ ଦଳ ଚୋରି”: TMC ପ୍ରସଙ୍ଗରେ ବର୍ଷିଲେ ରାହୁଲ
ନନ୍ଦିଘୋଷ ବ୍ୟୁରୋ : ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ସ୍ବୀକୃତି ଦେବା ପରେ ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ମୂଳ ଟିଏମସିର ନାମକୁ ରଦ୍ଦ କରି ଦୁଇଟି ଗୋଷ୍ଠୀର ନାଁ ଦେବା ଏବଂ ଦୁଇ ଗୋଷ୍ଠୀଙ୍କୁ ଦୁଇଟି ଚିହ୍ନ ପ୍ରଦାନ କରିବା ଘଟଣାକୁ ସମାଲୋଚନା କରିଛନ୍ତି ରାହୁଲ। ଅତୀତରେ ଭୋଟ ଚୋରି ହୋଇଛି। ପରେ ସରକାର ଚୋରି ହୋଇଛି। ବର୍ତ୍ତମାନ ପାର୍ଟି ଚୋରି ହୋଇଛି ବୋଲି କହିଛନ୍ତି ରାହୁଲ। ରାହୁଲ ଅଭିଯୋଗ କରିଛନ୍ତି ଯେ ଶିବସେନା, ଏନ୍ସିପି ପରେ ଏବେ ତୃଣମୂଳ କଂଗ୍ରେସକୁ ନେଇ ମଧ୍ୟ ସମାନ ଧରଣର ଘଟଣା ଘଟୁଛି। ବିଜେପି ଓ ନିର୍ବାଚନ ଆୟୋଗ ମିଶି ରାଜନୈତିକ ଦଳଗୁଡ଼ିକୁ ଭାଙ୍ଗୁଛନ୍ତି ଏବଂ ପରେ ସେମାନଙ୍କ ନିର୍ବାଚନୀ ଚିହ୍ନ ଛଡ଼ାଇ ନିଆଯାଉଛି। ‘ଭୋଟ ଚୋରି, ସରକାର ଚୋରି, ଏବେ ଦଳ ଚୋରି’ ଭଳି ଶବ୍ଦ ବ୍ୟବହାର କରି ସେ ନିର୍ବାଚନୀ ବ୍ୟବସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସର ସଂଗଠନ ମହାସଚିବ କେ.ସି. ବେଣୁଗୋପାଳ ମଧ୍ୟ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ପବନ ଖେଡ଼ା ନିର୍ବାଚନୀ ଅର୍ଥ, ପରିସୀମନ, ଭୋଟର ତାଲିକା ଓ ରାଜନୈତିକ ଦଳ ସମ୍ପର୍କିତ ପ୍ରସଙ୍ଗ ଉଠାଇ ଆୟୋଗର ଭୂମିକା ଉପରେ ପ୍ରଶ୍ନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।