ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ଦୁର୍ଘଟଣା ଘଟଣା

Sep 20, 2026 - 11:54
ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାରେ ଦୁର୍ଘଟଣା ଘଟଣା

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନାଳଖେଡାରେ ଘଟିଥିବା ଭୟାବହ କାର ଦୁର୍ଘଟଣା ଦେଇଛି ଅସରନ୍ତି ଦୁଃଖ। ଦୁର୍ଘଟଣାରେ ଓଡ଼ିଶାର ୭ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ, ସେମାନଙ୍କ ମଧ୍ଯରେ ଅଛନ୍ତି ବଡମ୍ବା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଜ୍ଞାନେନ୍ଦ୍ର କୁମାର ବେହେରା, ପତ୍ନୀ ରିତାରାଣୀ ବେହେରା ଓ ପୁଅ ବି. ସାଇ ସ୍ୱାତିକ। ଗୋଟିଏ ପରିବାରର ୩ ତିନିଟି ଜୀବନ ଏକାଠି ଲିଭିଯିବା ଘଟଣା ଇଚ୍ଛାପୁରବାସୀଙ୍କ ହୃଦୟକୁ ଦୋହଲାଇ ଦେଇଛି । କେହି ଭାବିନଥିଲେ, ଯାତ୍ରା ଶେଷରେ ଘରକୁ ଫେରିବା ବଦଳରେ ୩ଜଣଙ୍କ ଜୀବନଯାତ୍ରା ଏମିତି ଅଧାବାଟରେ ଥମିଯିବ। ଯାହାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଓ ପରିଜନ। ଖବର ପହଞ୍ଚିବା ପରେ ଇଚ୍ଛାପୁର ଗ୍ରାମରେ ଖେଳିଯାଇଛି ଗଭୀର ଶୋକର ଛାୟା । ମୃତକମାନଙ୍କ ଆତ୍ମାର ସଦ୍‌ଗତି ପାଇଁ ସମଗ୍ର ଇଚ୍ଛାପୁରବାସୀ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।