ମହିଳା ଏସିଆ କପ୍ ସେମିରେ ଭାରତ-ବାଂଲାଦେଶ ମୁହାଁମୁହିଁ
ନନ୍ଦିଘୋଷ ବ୍ୟୁରୋ : ଆଜି ମହିଳା ଏସିଆ କପ୍ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ଥାଇଲାଣ୍ଡ, ହଂକଂ ଓ ପାକିସ୍ତାନ ବିପକ୍ଷରେ ବୃହତ୍ ବିଜୟ ହାସଲ କରି ଗ୍ରୁପ୍-Aର ଶୀର୍ଷ ସ୍ଥାନରେ ରହି ସେମିଫାଇନାଲ୍ ଟିକେଟ୍ ହାସଲ କରିଛି। ଭାରତୀୟ ଟପ୍ ଅର୍ଡର ମଧ୍ୟ ଭଲ ଫର୍ମରେ ରହିଛି। ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଯୋଡ଼ିଠାରୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି କ୍ରିକେଟ୍ ପ୍ରଶଂସକ। ଏହାସହ ଭାରତୀୟ ସ୍ପିନ୍ ଆଟାକ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଆସୁଛି।
ଏଭଳି ସ୍ଥିତିରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ। ସେପଟେ ଗ୍ରୁପ୍-Bରେ ୩ଟି ମ୍ୟାଚ୍ରୁ ୨ଟିରେ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି ବାଂଲାଦେଶ। ଭାରତକୁ ଚକମା ଦେଇ ଫାଇନାଲ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ନିଜର ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ବାଂଲାଦେଶ ମହିଳା ଦଳ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।