ମାଟି, ମହମ ଓ ପିତ୍ତଳର କାହାଣୀ…

Oct 29, 2026 - 18:03
ମାଟି, ମହମ ଓ ପିତ୍ତଳର କାହାଣୀ…

ନନ୍ଦିଘୋଷ ବ୍ୟୁରୋ: ସୂକ୍ଷ୍ମ କାରୁକାର୍ଯ୍ୟ, ନିଖୁଣ କଳାକୃତି । ମାଟିରେ ଜନ୍ମ ନିଏ ଏକ ଆକୃତି। ମହମରେ ଫୁଟିଉଠେ କାରୁକାର୍ଯ୍ୟ। ଆଉ ତରଳ ପିତ୍ତଳର ସ୍ପର୍ଶରେ ପାଏ ଚୂଡ଼ାନ୍ତ ରୂପ । ଗରମ ଭାଟିର ଆଞ୍ଚରେ ବଞ୍ଚିଛି କୌଳିକ ବୃତ୍ତି।  ପିତ୍ତଳରେ ତିଆରି ହାତୀ, ଘୋଡ଼ା, ଦେବାଦେବୀଙ୍କ ମୂର୍ତ୍ତି, ମଣିଷ ଓ ପଶୁପକ୍ଷୀଙ୍କ ଆକୃତି, ଅଳଙ୍କାର , ଘରସଜା ସାମଗ୍ରୀ ଓ  ବିଭିନ୍ନ ଆଦିବାସୀ ପରମ୍ପରାର ପ୍ରତୀକ। ଏ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକେରୀର  ଡୋକରା କଳା ।  ଏଠାରେ ପ୍ରାୟ ୩୫ଟି ପରିବାରର ଜୀବନ ସହ ଜଡ଼ିତ ରହିଛି ପାରମ୍ପରିକ ଡୋକରା କଳା। ଏଠି ଛୋଟଠୁ ବଡ଼, ପ୍ରତ୍ୟେକଙ୍କ ପାଇଁ କଳା କେବଳ ଏକ ଜୀବିକା ନୁହେଁ, ସେମାନଙ୍କ ପରିଚୟ, ସଂସ୍କୃତି ଓ ଜୀବନଧାରାର ଅଂଶ।

ଏହାକୁ ତିଆରି କରିବା ଯେତିକି କଷ୍ଟକର, ତାକୁ ବଜାରରେ ପହଞ୍ଚାଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। କାନକେରୀର କାରିଗରଙ୍କ ପାଇଁ ବିକ୍ରିର ଦୁଇଟି ପ୍ରମୁଖ ମାଧ୍ୟମ ରହିଛି। ରାଜ୍ୟ ସରକାରଙ୍କ ORMAS ମାଧ୍ୟମରେ କଳାହାଣ୍ଡି କ୍ରାଫ୍ଟ ଦୋକାନରେ ଏହି ସାମଗ୍ରୀ ବିକ୍ରି ହେଉଥିବାବେଳେ, ଲାଞ୍ଜିଗଡ଼ରେ ବେଦାନ୍ତ ମାଧ୍ୟମରେ ମଧ୍ୟ ଏହାର ବିକ୍ରି କରାଯାଉଛି। ରାଜ୍ୟ ଓ ରାଜ୍ୟ ବାହାରକୁ ପହଞ୍ଚୁଛି ଏହି ପାରମ୍ପରିକ କଳାକୃତି। ତେବେ ଏହି କଳାର ପ୍ରସାର ସହ କାରିଗରଙ୍କ ଶ୍ରମର ଉପଯୁକ୍ତ ମୂଲ୍ୟ ଓ ନିରନ୍ତର ବଜାର ସୁଯୋଗ ମଧ୍ୟ ଗୁରୁତ୍ୱ ବହନ କରେ।

ସମୟ ବଦଳୁଛି, ବଦଳୁଛି ବଜାର ଓ ଲୋକଙ୍କ ପସନ୍ଦ। ହେଲେ କାନକେରୀ କାରିଗରଙ୍କ ହାତରେ ଆଜି ବି ଜୀବନ୍ତ ରହିଛି ପିଢ଼ି ପିଢ଼ିର ଡୋକରା କଳା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।