ମା’ ତାରିଣୀଙ୍କ ପୀଠରେ ଅଳିଆର ପାହାଡ଼!

Sep 21, 2026 - 17:19
ମା’ ତାରିଣୀଙ୍କ ପୀଠରେ ଅଳିଆର ପାହାଡ଼!

ନନ୍ଦିଘୋଷ ବ୍ୟୁରୋ :  ରାସ୍ତା କଡ଼ରେ ପଡ଼ିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଏ ହେଉଛି ଘଟଗାଁ ମା’ ତାରିଣୀଙ୍କ ପୀଠ ନିକଟ ବଜାରର ଦୃଶ୍ୟ । ଯୁଆଡ଼େ ଚାହିଁବେ ସିଆଡ଼େ ପଡିରହିଛି ଅଳିଆ । ମନ୍ଦିର ଚାରିପଟର ସ୍ଥିତି ମଧ୍ୟ ସମାନ । ପ୍ରତିଦିନ ଘଟଗାଁକୁ ରାଜ୍ୟ ସମେତ ବାହାର ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି । କିନ୍ତୁ ବଜାର ଭିତରକୁ ପ୍ରବେଶ କରିବା ମାତ୍ରେ ଅଳିଆ ଆବର୍ଜନାର ଦୃଶ୍ୟ ଭକ୍ତଙ୍କୁ ନିରାଶ କରୁଛି ।…

ମନ୍ଦିର ପକ୍ଷରୁ ୧୦ ଜଣ ଏବଂ ରାଜ୍ୟ ଟୁରିଜିମ ବିଭାଗ ବଜାରର ସଫେଇ ପାଇଁ L&K ଠିକା ସଂସ୍ଥାକୁ ୩ ମାସ ହେବ ଟେଣ୍ଡର ଦେଇଛି । ଯେଉଁଥିରେ ୪୫ ଜଣ ସଫେଇ କର୍ମୀ ନିୟୋଜିତ ଅଛନ୍ତି । ଅର୍ଥାତ ମୋଟ ୫୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ତଥାପି ବଜାରରୁ ଅଳିଆ ହଟୁନାହିଁ କାହିଁକି ? ୫୫ ଜଣ ସଫେଇ କର୍ମଚାରୀ କରୁଛନ୍ତି କଣ ? ଅନ୍ୟପଟେ ଆମକୁ ସଫେଇ ଉପକରଣ ମିଳିନି ବୋଲି କହିଛନ୍ତି ହାଉସସ୍କିପିଂ ସୁପରଭାଇଜର ।…

ତୁରନ୍ତ ଅଳିଆ ଆବର୍ଜନା ହଟାଇବା ସହ ଅଞ୍ଚଳରେ ନିୟମିତ ସଫେଇ କରିବାକୁ ଦାବି ହେଉଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।