ରାସ୍ତା ପାଲଟିଛି ମରଣଯନ୍ତା

Oct 22, 2026 - 18:06
ରାସ୍ତା ପାଲଟିଛି ମରଣଯନ୍ତା

ବ୍ରହ୍ମପୁର: ରାସ୍ତା ପାଲଟିଛି ମରଣଯନ୍ତା। ନିମ୍ନ ମାନର ରାସ୍ତାକାମ ଯୋଗୁଁ ହନ୍ତସନ୍ତ ଲୋକେ। ଅଭିଯୋଗ ସତ୍ତ୍ବେ  ପ୍ରଶାସନର ଭାଙ୍ଗୁନି ନିଦ । ଏ ହେଉଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ କଙ୍କୋରଡା କଲେଜ ଛକଠାରୁ ନାରାୟଣୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଦୂରାବସ୍ଥା। ଏହି ରାସ୍ତା ଉପରେ ୩ ଖଣ୍ଡ ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ୫ରୁ ୬ ମାସ ତଳେ ରାସ୍ତା କାମ ଶେଷ ହୋଇଥିଲା। ତେବେ ଏବେ ରାସ୍ତା ଉପରୁ ସିମେଣ୍ଟ ଗୋଡ଼ି ଉଠିଗଲାଣି। ଫଳରେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ। ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକଙ୍କ ଠାରୁ ଆରମ୍ଭ କରି କଲେଜ ପିଲା ଯିବା ଆସିବା କରିଥାନ୍ତି। ତେବେ ନିମ୍ନମାନର ରାସ୍ତା କାମଯୋଗୁ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଲକ୍ଷ ଲକ୍ଷ ଟଙ୍କାର କାମ ପାଣିରେ ପଡ଼ିଥିବା ଅଭିଯୋଗ ହୋଇଛି।

ନିମ୍ନମାନର ରାସ୍ତାକାମକୁ ନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି।  ଜିଲ୍ଲାପରିଷଦ ବୈଠକରେ ସ୍ବର ଉତ୍ତୋଳନ ମଧ୍ୟ କରିଛନ୍ତି। ହେଲେ ନା ହେଉଛି କାର୍ଯ୍ୟାନୁଷ୍ଠାନ ନା ରାସ୍ତା ମରାମତି। ଅନ୍ୟପଟେ ରାସ୍ତା କାମକୁ ନେଇ ତଦାରଖ କରିବେ ବୋଲି ଜେଇ  କହିଛନ୍ତି…।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।