‘ଶନିବାର ବି ବ୍ୟାଙ୍କ ଛୁଟି : ଗୁଜବ
ନନ୍ଦିଘୋଷ ବ୍ୟୁରୋ : ଏଣିକି ରବିବାର ଭଳି ଶନିବାର ବି ବ୍ୟାଙ୍କ ବନ୍ଦ । ସପ୍ତାହର ସବୁ ଶନିବାର ଏବେ ଛୁଟି ରହିବ ବ୍ୟାଙ୍କ । କିଛି ଏଭଳି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ କିଛି ଦିନ ଧରି ବ୍ୟାଙ୍କିଙ୍କ ସେକ୍ଟରକୁ ନେଇ ଏହି ଖବର ଫୋନରୁ ଫୋନକୁ ଘୁରି ବୁଲୁଛି । ଏକ କଥିତ ଗେଜେଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଏବେ ପ୍ରତି ଶନିବାର ବନ୍ଦ ରହିବ । ଆଉ ଏହି ଖବର ଏବେ ଗ୍ରାହକଙ୍କ ଭିତରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଯାହା ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି । ହେଲେ କହିରଖୁଛୁ ଦର୍ଶକ ବନ୍ଧୁ ଯେ, ଏଭଳି ଖବର ଉପରେ ଆପଣ ବିଶ୍ବାସ କଲେ ହଇରାଣରେ ପଡିପାରନ୍ତି । କାରଣ ଏହି ଖବରର କୌଣସି ସତ୍ୟାସତ୍ୟ ନାହିଁ । ଏହା ସମ୍ପୁର୍ଣ୍ଣ ରୂପେ ମିଥ୍ୟା । ଯେତେବବେଳେ ସରକାରୀ ସ୍ତରରେ ଏହାର ଗଭୀର ଯାଞ୍ଚ କରାଗଲା, ସେତେବେଳେ ଏହାର ସତ ସାମ୍ନାକୁ ଆସିଥିଲା । ଆଉ ଜଣାପଡିଥିଲା ଯେ, ଭାଇରାଲ ହେଉଥିବା ଦସ୍ତାବିଜଟି ନକଲି ବୋଲି । ଏହାକୁ ସମସ୍ତେ ଏଥିପାଇଁ ବିଶ୍ବାସ କରୁଥିଲେ, କାରଣ ଏହା ପ୍ରକୃତ ସରକାରୀ ନିର୍ଦ୍ଦେଶ ପରି ମନେ ହେଉଥିଲା । ଯାହା କେନ୍ଦ୍ର ସରକାର ଏବଂ ଅର୍ଥ ମନ୍ତ୍ରଣାଳୟ ନାମରେ ଜାରି କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଏସବିଆଇ ସହିତ ଦେଶର ଅନ୍ୟ ସମସ୍ତ ସରକାରୀ ବ୍ୟାଙ୍କ ଏବେ ଶନିବାର ଦିନ ସମ୍ପୁର୍ଣ୍ଣ ବନ୍ଦ ରହିବ । ଏହାକୁ ସାଧାରଣ ଛୁଟି ବୋଲି ଘୋଷଣା କରାଯିବ । ଆଉ ଲୋକମାନେ ବି ଏହାକୁ ସତ ଭାବି ସେୟାର କରିଚାଲିଲେ ।
ଏହି ଭ୍ରାମକ ସୂଚନା ସରକାରଙ୍କ ନଜରରେ ଆସିବା ପରେ ସରକାରଙ୍କ ପକ୍ଷରୁ ସୁରନ୍ତ ଆକ୍ସନ ନିଆଯାଇଛି । ଭାରତ ସରକାରଙ୍କ ପ୍ରେସ ଇନଫର୍ମେସନ ବ୍ୟୁରୋର ଫ୍ୟାକ୍ଟ ଚେକ୍ ଟିମ ଏହି ଭାଇରାଲ ଦସ୍ତାବିଜର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ସ୍ପଷ୍ଟ କରିଥିଲା ଯେ,ଏହା ପୂରା ମିଥ୍ୟା ଏବଂ ଏକ ଗୁଜବ । ସରକାର ବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୌଣସି ଗେଜେଟ ଜାରି କରାଯାଇନାହିଁ । ତେବେ ବ୍ୟାଙ୍କିଙ୍କ ଗାଇଡଲାଇନ୍ ଅନୁସାରେ ଶନିବାର ବ୍ୟାଙ୍କ ଛୁଟି ନଥାଏ । ଦେଶର ସବୁ ବ୍ୟାଙ୍କ କେବଳ ମାସର ଚତୁର୍ଥ ଶନିବାର ହିଁ ଛୁଟି ରହିଥାଏ । ତେଣୁ ସୋସିଆଲ ମିଡିଆାରେ କୌଣସି ଖବର ସେୟାର କରିବା ପୂର୍ବରୁ ଏହାର ସତ୍ୟାସତ୍ୟ ଭଲ ଭାବେ ଯାଂଚ କରନ୍ତୁ ଏବଂ ତାପରେ ହିଁ ସେୟାର କରନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।