ସଡ଼କ ଦୁର୍ଘଟଣାରେ ୨ ଯୁବ କ୍ରୀଡ଼ାବିତ ମୃତ

Oct 22, 2026 - 14:54
ସଡ଼କ ଦୁର୍ଘଟଣାରେ ୨ ଯୁବ କ୍ରୀଡ଼ାବିତ ମୃତ

ନନ୍ଦିଘୋଷ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ୨ ଜଣ ଯୁବ କ୍ରୀଡ଼ାବିତ ମୃତ । କଟକକୁ ଦଶହରା ବୁଲିବାକୁ ଆସି ଆଉ ଘରକୁ ଫେରିଲେନି ଦୁଇ ସାଙ୍ଗ । କଟକ-ଭୁବନେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର କଟକ ସଦର ଥାନା ନୂଆଗଡ଼ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ କ୍ରୀଡ଼ାବିତଙ୍କର ମୃତ୍ୟୁ ହୋଇଯାଇଛି । ଜଣେ ହେଲେ ଅତାବିରାର ମଳୟ ବାରିକ ଓ ଅନ୍ୟଜଣକ ହେଲେ ଭବାନୀପାଟଣାର ଦଣ୍ଡପତି ଜୟରାମ । ଉଭୟ ଭୁବନେଶ୍ଵରରେ ରୁହନ୍ତି । କଟକ ଦଶହରା ବୁଲିବାକୁ ଆସିଥିବାବେଳେ ରାତିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଉଭୟଙ୍କୁ ଉଦ୍ଧାର କରି କଟକ ସଦର ପୋଲିସ ମେଡ଼ିକାଲ ପଠାଇଥିଲା ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ବାଇକକୁ ଜବତ କରି ସଦର ପୋଲିସ ଘଟଣାର ତଦନ୍ତ କରୁଛି । ସେପଟେ ଦୁଇ ପ୍ରତିଭାବାନ କ୍ରୀଡାବିତଙ୍କ ଅକାଳ ମୃତ୍ୟୁରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । କ୍ରୀଡା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ଉଭୟ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।