ସମ୍ବଲପୁରର ଛକ ଛକରେ କୁଢ କୁଢ ଅଳିଆ ଆବର୍ଜନା

Oct 04, 2026 - 19:09
ସମ୍ବଲପୁରର ଛକ ଛକରେ କୁଢ କୁଢ ଅଳିଆ ଆବର୍ଜନା

ସମ୍ବଲପୁର : ସମ୍ବଲପୁରର ଛକ ଛକରେ କୁଢ କୁଢ ଅଳିଆ ଆବର୍ଜନା । ବିଭିନ୍ନ ସ୍ଥାନରେ ପୁତ୍ତିଗନ୍ଧମୟ ପରିବେଶ । ଅଣନିଶ୍ବାସୀ ହୋଇପଡିଲେଣି ସହରବାସୀ । ଏ ଦୃଶ୍ୟ ହେଉଛି ସମ୍ବଲପୁର ସହରର । ସହରକୁ ସ୍ୱଚ୍ଛ ରଖିବା ପାଇଁ ଅନେକ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚାଲୁଛି । ଅନ୍ୟପଟେ କିନ୍ତୁ ରାସ୍ତାକଡ଼ରେ ଜମି ରହୁଛି ଆବର୍ଜନା । ସହରର ଅଇଁଠାପାଲିଠାରୁ ବୁଢ଼ାରଜା, ଫାଟକ, ଗୋଲବଜାର, ସାକ୍ଷୀପଡ଼ା ଭଳି ବିଭିନ୍ନ ଅଞ୍ଚଳରେ ଆବର୍ଜନା ଦିନ ଦିନ ଧରି ପଡ଼ି ରହୁଥିବା ଅଭିଯୋଗ ହୋଇଛି । ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଚିନ୍ତାରେ ପଡ଼ିଛନ୍ତି ସ୍ଥାନୀୟଲୋକେ । …

ଆବର୍ଜନା ନିୟମିତ ଭାବେ ଉଠାଯାଉନଥିବାରୁ ସମସ୍ୟା ବଢ଼ୁଛି । ଅନେକ ସ୍ଥାନରେ ଆବର୍ଜନା ପାଇଁ ନିର୍ଦ୍ଧାରିତ ସ୍ଥାନ ଥିଲେ ମଧ୍ୟ ସେଠାରୁ ସମୟରେ ଆବର୍ଜନା ଉଠୁନଥିବା ଅଭିଯୋଗ ରହିଛି । ଆବର୍ଜନା ଜମି ରହିବା ଯୋଗୁ ଲୋକଙ୍କ ଯାତାୟାତରେ ଅସୁବିଧା ସହ ପରିବେଶ ଦୂଷିତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ନିୟମିତ ଆବର୍ଜନା ସଫେଇ ସହ ଉଠାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି ସହରବାସୀ।….

ଐତିହ ସମ୍ପର୍ଣ୍ଣ ସମ୍ବଲପୁର । ସହରରେ ଓ ସହର ନିକଟରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ । ଫଳରେ ବିଭିନ୍ନ ରାଜ୍ୟ ତଥା ସହରରୁ ଏଠାକୁ ପର୍ଯ୍ୟଟକ ଆସିଥାନ୍ତି । ଏନେଇ ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ବୁଦ୍ଧିଜୀବୀ । …

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।