ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ: ଅନେକ ମୃତାହତ !
ନନ୍ଦିଘୋଷ ବ୍ୟୁରୋ: କାନାଡାର ସାମରିକ ଘାଟିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଉଗ୍ର ରୂପ ଧାରଣ କରିଛି ଯେ, ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଲବର୍ଟା ନିକଟରେ ଥିବା ସାମରିକ ଘାଟିରେ ଏହି ନିଆଁ ଲାଗିଥିଲା । କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଡେଭିଡ୍ ମ୍ୟାକଗୁଣ୍ଟି ଏହି ଅଗ୍ନିକାଣ୍ଡରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି, କିନ୍ତୁ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ କରିନାହାନ୍ତି । ସେ ପରିସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର ଏବଂ ସଙ୍କଟଜନକ ବୋଲି କହିବା ସହ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ଏବଂ ଏହାର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଥିବା କହିଛନ୍ତି ।
କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏକ୍ସରେ ଲେଖିଛନ୍ତି ଯେ, ଏକ ଗମ୍ଭୀର ଘଟଣା ଘଟିଛି ଯାହା ଫଳରେ ଏହି ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ସେ ଆହୁରି କହିଛନ୍ତି, ‘‘ପ୍ରଭାବିତ ସମସ୍ତ ସାହାସୀ ମହିଳା ଏବଂ ପୁରୁଷଙ୍କ ସହିତ ମୋର ସମବେଦନା ଅଛି ।’’
କହିରଖୁଛୁ ଯେ, ଏହି ସମାରିକ ଘାଟି ଆଲବର୍ଟାର ଓ୍ବେନରାଇଟ୍ ନିକଟରେ ଅବସ୍ଥିତ, ଯାହା ଏଡମୋଣ୍ଟନରୁ ପ୍ରାୟ ୧୮୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ । ଏହା କାନାଡାର ସବୁଠାରୁ ବିଜି ମିଲିଟ୍ରୀ ଟ୍ରେନିଙ୍ଗ ସେଣ୍ଟର ମଧ୍ୟରୁ ଗୋଟିଏ । ଏଠାରେ କାନାଡିଆନ୍ ମ୍ୟାନ୍ୟୋର୍ ଟ୍ରେନିଙ୍ଗ ସେଣ୍ଟର ରହିଛି , ଯେଉଁଠାରେ ଯୁଦ୍ଧକ୍ଷେତ୍ର ଭଳି ବାସ୍ତବବାଦୀ ପରିସ୍ଥିତିର ଅଭ୍ୟାସ କରାଯାଏ । ଏଡାଛଡା ଏଠାରେ ଥାର୍ଡ କାନାଡିଆନ୍ ଡିଭିଜନ୍ ଟ୍ରେନିଙ୍ଗ ସେଣ୍ଟର ମଧ୍ୟ ଅଛି, ଯେଉଁଠାରେ ସମାରିକ ତାଲିମ ପ୍ରଦାନ କରାଯାଏ ।
ସେପଟେ ଓ୍ବେନରାଇଟ୍ ମ୍ୟୁନିସିପାଲ ଡିଷ୍ଟ୍ରିକ୍ଟ କହିଛି ଯେ, ନିଆଁ ସମାରିକ ଘାଟିର ବାହ୍ୟ ଅଂଶକୁ ପାର୍ କରିଯାଇଛି ଏବଂ ପ୍ରବଳ ପବନ ହେତୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବିଭିନ୍ନ ଅଞ୍ଚଳରୁ ଆସିଥିବା ଅଗ୍ନିଶ୍ରମ ବାହିନୀ ନିଆଁ ଲିଭାଇବା ପାଇଁ କାମ କରୁଛନ୍ତି ଏବଂ ଏପର୍ଯ୍ୟନ୍ତ କୌଣସି ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଜାରି କରାଯାଇ ନାହିଁ
।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।