ସିଇସି ବିରୋଧୀ ବିକ୍ଷୋଭ ବେଳେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ, ପଦୋନ୍ନତି ପାଇଲେ ଅଭିଯୁକ୍ତ ଡ଼ିସିପି

Oct 06, 2026 - 11:49
ସିଇସି ବିରୋଧୀ ବିକ୍ଷୋଭ ବେଳେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ, ପଦୋନ୍ନତି ପାଇଲେ ଅଭିଯୁକ୍ତ ଡ଼ିସିପି

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ନେଇ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ ଜୋର ଧରିଛି । ତେବେ ଗତ ଶନିବାର ଦିନ ନୂଆଦିଲ୍ଲୀରେ ବିକ୍ଷୋଭ ସମୟରେ ଖବର ସଂଗ୍ରହ କରୁଥିବା ତିନି ଜଣ ମହିଳା ସାମ୍ବାଦିକାଙ୍କୁ ଦିଲ୍ଲୀ ପୋଲିସ ଆସିଷ୍ଟାଣ୍ଟ କମିଶନର (DCP) ବିବେକ ଭଗତ ଯୌନ ନିର୍ଯାତନା ଦେଇଥି୍ବା ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗ ପରେ ମଧ୍ୟ ଉକ୍ତ ଡ଼ିସିପିଙ୍କୁ ସୋମବାର ଅତିରିକ୍ତ ଡ଼ିସିପି ଭାବେ ପଦୋନ୍ନତି ମିଳିଥିବା ସୂଚନା ମିଳିଛି । ଅଭିଯୁକ୍ତ ଡି଼ସିପିଙ୍କ ବ୍ୟତୀତ ଅନ୍ୟ ଏଗାର ଜଣ ପୋଲିସ ଅଫିସରଙ୍କୁ ମଧ୍ୟ ପଦୋନ୍ନତି ମିଳିଛି । ଏହି ପଦୋନ୍ନତି ଏକ ନିୟମିତ ପ୍ରକ୍ରିୟା ଓ ବହୁ ଆଗରୁ ଏଥିନେଇ ଅନୁରୋଧ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଗତ ତିନି ତାରିଖରେ ଯନ୍ତରମନ୍ତରଠାରେ ସିଇସି ବିରୋଧୀ ବିକ୍ଷୋଭ (CEC Protest) ସମୟରେ ଅଭିଯୁକ୍ତ ଏସିପି ତିନି ଜଣ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଦିଲ୍ଲୀ ପୋଲିସ ଅଭିଯୋଗ ପାଇବା ପରେ କ୍ରାଇମ ବ୍ରାଞ୍ଚକୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବହୁ ଖବରଦାତା ପାର୍ଲାମେଣ୍ଟ ଷ୍ଟ୍ରିଟ୍ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଭିଯୁକ୍ତ ଡିସିପିଙ୍କ ବିରୋଧରେ ଏତଲା ଦାୟର ନେଇ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଡ଼ିସିପି ବିବେକ ଭଗତ କାର୍ଯ୍ୟଭାର ଗ୍ରହଣ କରିନଥିବା ସୂଚନା ମିଳିଛି । ଦିଲ୍ଲୀ ସରକାର ଏନେଇ ସଂଶୋଧିତ ଆଦେଶ ଜାରି କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।