ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ନନ୍ଦିଘୋଷ ବ୍ୟୁରୋ : ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ବଲାଙ୍ଗୀର ଦେଓଗାଁ ଥାନା ଅନ୍ତର୍ଗତ କୁତୁର୍ଲା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାକୁ ତିନି ଦିନ ବିତିବା ପରେ ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୀବ ଉଦୁରୁକୂଳିଆ । ମୃତକ ହେଲେ କିଶୋରୀ ଉଦୁରୁକୂଳିଆ । ତାଙ୍କର ଦୁଇ ଜଣ ପୁଅ ଝିଅ ମଧ୍ୟ ରହିଛନ୍ତି । ରକ୍ଷା ବନ୍ଧନରେ ସ୍ତ୍ରୀ ସୁଭଦ୍ରା ଟଙ୍କା ପାଇଥିଲେ । ହେଲେ ସେହି ଟଙ୍କା ନଦେବାରୁ ସଞ୍ଜୀବ ନିଶାରେ ଚୁର ହୋଇ କିଶୋରୀକୁ ହତ୍ୟା କରିଥିଲା । ପରିବାର ଲୋକେ ଉଦ୍ଧାର କରି ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବାରୁ ଦେଓଗାଁ ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଥିଲା । ଏନେଇ ଝିଅ ଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।….
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।