SIR ବିରୋଧରେ ଆନ୍ଦୋଳନକୁ ପାରକାଲ ପ୍ରଭାକରଙ୍କ ସମର୍ଥନ
ନନ୍ଦିଘୋଷ ବ୍ୟୁରୋ: କକ୍ରୋଚ ପାର୍ଟିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପାରକାଲ ପ୍ରଭାକରଙ୍କ ସମର୍ଥନ । ସ୍ବତନ୍ତ୍ର ସଘନ ସଂଶୋଧନ ବିରୋଧରେ ଆୟୋଜିତ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେବେ ପାରକାଲ ପ୍ରଭାକର । ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପସେ ଓ ସାମାଜିକ କର୍ମୀ ପ୍ରକାଶ ରାଜଙ୍କ ସହ ମଞ୍ଚରେ ତାଙ୍କୁ ଦେଖିବାକୁ ମିଳିବ । ପିପୁଲ୍ସ ଏଗନେଷ୍ଟ SIR ମେଣ୍ଟ ଦ୍ବାରା ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବିଭିନ୍ନ ସାମାଜିକ କର୍ମୀ, ରାଜନୈତିକ ନେତା ଓ ଜନସାଧାରଣ ଏକାଠି ହେବେ । SIR ପ୍ରକ୍ରିୟାକୁ ରଦ୍ଦ କରିବା ଓ ମୁଖ୍ୟ ନିର୍ମାଚନ କମିଶନ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ କରୁଛି ପିପୁଲ୍ସ ଏଗନେଷ୍ଟ SIR ମେଣ୍ଟ । ସରକାରଙ୍କ ଅର୍ଥନୈତିକ ନୀତିର ଜଣେ ପ୍ରବଳ ସମାଲୋଚକ ଭାବେ ପରିଚିତ ପ୍ରଭାକର ଟ୍ୱିଟ୍ କରି କହିଛନ୍ତି, ହର ଗଲି ମେଁ ଜନ୍ତର ମନ୍ତର । ଗଣତନ୍ତ୍ର ପୁନଃସ୍ଥାପନ ପାଇଁ ଜନତାଙ୍କ ପଦଯାତ୍ରା । ଆସନ୍ତୁ, ଏହି ଆହ୍ୱାନର ମୁକାବିଲା କରିବା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, କୃଷକ ନେତା ରାକେଶ ଟିକାୟତ, ଆଇସା ସଭାପତି ନେହା ବୋରା ଏବଂ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମଞ୍ଚରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।