Elephant Attack in Bolangir: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ବୃଦ୍ଧ ମୃତ
ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ। ହାତୀ ଆକ୍ରମଣରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଡାହିମାଲ ଗାଁର ସୀତାରାମ ଭୋଇଙ୍କ ମୃତ୍ୟୁ। ସୀତାରାମ ଜଙ୍ଗଲ ଭିତରେ ଘର କରି ରହୁଥିଲେ। ଗତକାଲି ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ସେ କଣ ପାଇଁ ଜଙ୍ଗଲ ଭିତରେ ରହୁଥିଲେ ସ୍ପଷ୍ଟ ହୋଇନାହିଁ । ଖବର ପାଇ ସଇଁତଳା ବନ ବିଭାଗ ଓ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।