Elephant Attack: ହାତୀ ଆକ୍ରମଣରେ ଚାଷୀ ମୃତ, ଧାନ ବିଲରେ କାମ କରୁଥିବା ବେଳେ ଅଘଟଣ
"କାମାକ୍ଷାନଗର: ଧାନ ବିଲରେଚାଷ କାମ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଚାଲିଯାଇଛି।
ପରଜଙ୍ଗ ବ୍ଲକ କେନ୍ଦୁପଶି ଗାଁରେ ମଙ୍ଗଳବାର ସକାଳେ ଘଟିଥିବା ଏହି ଘଟଣା ଅଞ୍ଚଳରେ ହାତୀ-ମଣିଷ ସଂଘାତର ଗମ୍ଭୀରତାକୁ ପୁଣିଥରେ ପଦାକୁ ଆଣିଛି।
ମୃତକ ହେଲେ କେନ୍ଦୁପଶି ଗାଁର ବୁଲୁ ମହାରଣା (୬୦)।Advertisment ସ୍ଥାନୀୟ ଲୋକେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ସୂଚନା ଅନୁଯାୟୀ, ବୁଲୁ ମଙ୍ଗଳବାର ସକାଳୁ ନିଜ ଧାନ ବିଲକୁ ଯାଇଥିଲେ।
ବିଲରେ କାମ କରୁଥିବା ସମୟରେ ହଠାତ୍ ଏକ ହାତୀ ତାଙ୍କ ନିକଟକୁ ଆସି ଆକ୍ରମଣ କରିଥିଲା।
ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ।
ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଲୁଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା।
ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, କେନ୍ଦୁପଶି ଓ ଏହାର ଆଖପାଖ ଅଞ୍ଚଳରେ ହାତୀଙ୍କ ଉପଦ୍ରବକୁ ନେଇ ଦୀର୍ଘଦିନ ଧରି ଲୋକଙ୍କ ମଧ୍ୟରେ ଭୟ ଲାଗିରହିଛି।
ବିଶେଷକରି ଚାଷୀମାନେ ଧାନ ବିଲକୁ ଯିବା ସମୟରେ ହାତୀପଲ ମୁହାଁମୁହିଁ ହେବାର ଆଶଙ୍କା ରହୁଛି।
ହାତୀଙ୍କ ଚଳପ୍ରଚଳ ନେଇ ବନ ବିଭାଗ ପକ୍ଷରୁ ଆବଶ୍ୟକ ସତର୍କତା ଓ ନିରାପତ୍ତାମୂଳକ ପଦକ୍ଷେପ ନିଆଯାଉନଥିବାରୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।ଚାଷୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ହାତୀ-ମଣିଷ ସଂଘାତ ରୋକିବା ସହ ଚାଷୀଙ୍କ ଜୀବନ ସୁରକ୍ଷିତ ରଖିବା ପାଇଁ ବନ ବିଭାଗ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Student Drowns: ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବେଳେ ଅଘଟଣ: ପୋଖରୀରେ ବୁଡ଼ି ଦଶମ ଶ୍ରେଣୀ ଛାତ୍ର ମୃତ, ଜଣେ ଗୁରୁତର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।