Elephant Menace Sparks Fear: ଗାଁରେ ହାତୀ ଉପଦ୍ରବ; ଗଛରେ ଚଢି ଜୀବନ ବଞ୍ଚାଇଲେ ବନ କର୍ମଚାରୀ
ପାଟକମୁଣ୍ଡା ଗାଁରେ ହାତୀ ଉପଦ୍ରବ, ଗଛରେ ଚଢି ଜୀବନ ବଞ୍ଚାଇଲେ ବନ କର୍ମଚାରୀ। ଅନୁଗୋଳ ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ପଶିଥିବା ଖବର ପାଇ ବନବିଭାଗର ହାତୀ ସ୍କ୍ୱାଡ୍ କର୍ମଚାରୀ ଘଉଡ଼ାଇବାକୁ ପହଞ୍ଚିଥିଲେ। ହାତୀପଲକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ସମୟରେ ଏକ ଦନ୍ତା ହାତୀ ଜଣେ ବନ କର୍ମଚାରୀଙ୍କୁ ଗୋଡ଼ାଇଥିଲା। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀ ଜଣକ ଏକ ଆମ୍ବ ଗଛ ଉପରକୁ ଚଢ଼ିଯାଇଥିଲେ।
ଦୀର୍ଘ ଏକ ଘଣ୍ଟା ଧରି ହାତୀପଲ ଗଛ ତଳେ ଜଗି ରହିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ ବନ କର୍ମଚାରୀମାନେ ଆସିବାରୁ ସେମାନଙ୍କୁ ମଧ୍ୟ ହାତୀ ଗୋଡ଼ାଇଥିଲା। ଶେଷରେ ହାତୀପଲ ଜଙ୍ଗଲକୁ ଫେରିଯିବା ପରେ କର୍ମଚାରୀ ଜଣକ ଗଛରୁ ତଳକୁ ଓହ୍ଲାଇଥିଲେ। ବାରମ୍ବାର ହାତୀ ଗାଁ ଭିତରକୁ ପଶିବା, ଫସଲ ନଷ୍ଟ କରିବା ଓ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଘଟଣାକୁ ନେଇ ଏବେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି।
ହାତୀ ଉପଦ୍ରବ ରୋକିବା ସହ ଫସଲ ଓ ଘର ନଷ୍ଟର ଉଚିତ କ୍ଷତିପୂରଣ ଏବଂ ଲୋକଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
- ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ଉପଦ୍ରବ
- ଗଛରେ ଚଢି ଜୀବନ ବଞ୍ଚାଇଲେ ବନ କର୍ମଚାରୀ
- ଗାଁରେ ହାତୀ ପଶିଥିବା ଖବର ପାଇ ପହଞ୍ଚିଥିଲା ହାତୀ ସ୍କ୍ୱାଡ୍
- ହାତୀପଲକୁ ଜଙ୍ଗଲକୁ ଘଉଡ଼ାଇବା ସମୟରେ ଗୋଡ଼ାଇଲା ଦନ୍ତା
- ଜୀବନ ବଞ୍ଚାଇବାକୁ ଆମ୍ବ ଗଛରେ ଚଢ଼ିଯାଇଥିଲେ କର୍ମଚାରୀ
- ଏକ ଘଣ୍ଟା ଧରି ହାତୀପଲ ଗଛ ତଳେ ଜଗି ରହିଥିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।