Elephant: ଦି’ଦିନ ନାକେଦମ୍‌ କଲାଣି ଦନ୍ତା; ବାଜା-ବାଣ-ନିଆଁହୁଳାକୁ ଫୁ…

Oct 23, 2026 - 01:36
Elephant: ଦି’ଦିନ ନାକେଦମ୍‌ କଲାଣି ଦନ୍ତା; ବାଜା-ବାଣ-ନିଆଁହୁଳାକୁ ଫୁ…

କାଳିଆପାଣି: କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ଓ ସେକ୍ସନ ବନ କର୍ମଚାରୀଙ୍କୁ ଦି'ଦିନ ଧରି ନାକେଦମ୍‌ କଲାଣି କପିଳାସ ଅଭୟାରଣ୍ୟର ବାହୁବଳୀ ଦନ୍ତାହାତୀ ।

ସୁକିନ୍ଦା ବନାଞ୍ଚଳ କାର୍ଯ୍ୟାଳୟ ପାଖାପାଖି ଏକାଧିକ ଜଙ୍ଗଲ ଓ ଧାନକ୍ଷେତରେ ଏହା ବେଧଡ଼କ ଘୂରି ବୁଲୁଛି।

କ୍ଷେତରେ ପଶି ଅବିଚଳିତ ଧାନ ଖାଉଛି।

Advertisment ଏହି ସମୟରେ ବାଜା ବଜାଇ, ବାଣ ଫୁଟାଇ ଓ ନିଆଁହୁଳା ଦେଖାଇଥିଲେ ବାହୁବଳୀ ବେଫିକର ରହୁଛି।

ତା' ଆଡ଼କୁ ଫିଙ୍ଗା ଯାଉଥିବା ନିଆଁହୁଳାକୁ ଦନ୍ତା ଗୋଡ଼ରେ ଦଳି ଦେଉଛି।

ଖାଇ ସାରି ଜଙ୍ଗଲ ପାଖ ପଡ଼ିଆରେ ଘଣ୍ଟାଘଣ୍ଟା ଧରି ଗଡ଼େଇ ତଡ଼େଇ ହୋଇ ବିଶ୍ରାମ ନେଉଛି।

ଏହି ବନ୍ୟଜନ୍ତୁର ଏତାଦୃଶ ବେପରୁଆ ଆଚରଣ ଏବେ ବନ ବିଭାଗକୁ ଆଚମ୍ବିତ କରିଛି।

ଆଜି ରାତି ହାତୀ କଞ୍ଚିଚୁଆ ଜଙ୍ଗଲରେ ରହିଛି।

୨୦ ଜଣିଆ ବନ ବାହିନୀ ସଜାଗ ରହିଥିବା ବନପାଳ ନବ କୁମାର ବେହେରା କହନ୍ତି।

Elephant: ଚମ୍ପୁଆ ସହରରେ ବୁଲିଲା ଗୋଠ ଛଡ଼ା ଦନ୍ତାହାତୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।