Elephant: ସିଙ୍ଗାରି ପଞ୍ଚାୟତ କରଞ୍ଜା ଗାଁରେ କପା ଫସଲ ଉଜାଡ଼ିଲେ ହାତୀପଲ
"କଲ୍ୟାଣସିଂହପୁର,(ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପୁଣି ଦେଖାଦେଇଛି ହାତୀ ଉପଦ୍ରବ।
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରି ପଞ୍ଚାୟତ ଅନ୍ତର୍ଗତ କରଞ୍ଜା ଗାଁରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏକ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ହାତୀପଲ କରଞ୍ଜା ତିଡ଼ିମାସ୍କା ମଧ୍ୟ ଭାଗରେ ଥିବା ତ୍ରିନାଥ ହିକକା, ଯୋଗବନ୍ଧୁ ହିକକା ଓ ଅଭିମନ୍ୟୁ ପ୍ରେପାକା ଙ୍କ ଚାଷ ହୋଇଥିବା କପା ସହ ବିଭିନ୍ନ ଗଛଲତା ଭାଙ୍ଗି ନଷ୍ଟ କରିଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଡାଇଦେଇଛି।
Advertisment ସୂଚନା ଅନୁଯାୟୀ ଜଙ୍ଗଲରୁ ବାହାରି ଆସୁଥିବା ହାତୀପଲ ରାତିରେ କରଞ୍ଜା ଗାଁ ନିକଟସ୍ଥ ଚାଷଜମିରେ ପଶି ବହୁ ସମୟ ଧରି ତାଣ୍ଡବ ରଚିଥିଲେ ଫଳରେ ଚାଷୀମାନେ ବଡ଼ ଆର୍ଥିକ କ୍ଷତି ସହିଛନ୍ତି ।
ସ୍ୱଳ୍ପ ବର୍ଷା ସ୍ୱତେ ବହୁ କଷ୍ଟରେ ଚାଷ କାମ ଆରମ୍ଭ କରିଥିବା ବେଳେ ହିଁ ହାତୀ ଉପଦ୍ରବ ଯୋଗୁଁ ସେମାନଙ୍କର ପରିଶ୍ରମ ନଷ୍ଟ ହୋଇଯାଇଥିବା କହିଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି ପ୍ରତିବର୍ଷ ଚାଷ ସମୟରେ ହାତୀ ଉପଦ୍ରବ ଦେଖାଦେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ ଦୃଢ଼ ପଦକ୍ଷେପ ନିଆଯାଉନାହିଁ ଫଳରେ ଚାଷୀମାନେ ରାତିସାରା ଉଜାଗର ରହି ଫସଲ ଜଗିବାକୁ ବାଧ୍ୟ ହେଉଥିଲେ ସୁଦ୍ଧା ହାତୀପଲର ଆକ୍ରମଣ ରୋକିପାରୁ ନାହାନ୍ତି।
DRM Inspection ରେଳମଣ୍ଡଳର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିରୀକ୍ଷଣ କଲେ ରାୟଗଡ଼ା ଡିଆରଏମ୍ ଏହି ଘଟଣା ପରେ କ୍ଷତିଗ୍ରସ୍ତ ଚାଷୀମାନେ ତୁରନ୍ତ କ୍ଷତିର ଆକଳନ କରି ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀ ଉପଦ୍ରବ ରୋକିବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ଫିରେଷ୍ଟର ଭଗବାନ ସରକାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି କ୍ଷତିର ଆକଳନ କରାଯାଇଛି ହିତାଧିକାରୀ ଙ୍କ ନଥି ପତ୍ର ପ୍ରଦାନ ପରେ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।