Elephants: ମହାବୀର ପାହାଡ଼ ପାଦଦେଶରେ ୨୫ ଟିକିଆ ହାତୀପଲ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ
"ସୁନ୍ଦରଗଡ଼: ସୁନ୍ଦରଗଡ଼ ବନଖଣ୍ଡ ବଡ଼ଗାଁ ବନାଞ୍ଚଳ ମହାବୀର ପାହାଡ଼ ପାଦଦେଶ କଦୋପଡ଼ା ନିକଟରେ ୨୫ଟିକିଆ ହାତୀପଲଙ୍କୁ ଦେଖିବାକୁ ମିଳିଛି।
ରାତିରେ ଗାଁ ପାଖ ବିଲରେ ଥିବାବେଳେ ସକାଳୁ ପାହାଡ଼ମୁହାଁ ହୋଇଛନ୍ତି।
Advertisment ହାତୀପଲର ଗତିବିଧି ଉପରେ ନଜର ଖବର ପାଇ ବନବିଭାଗର ଏକ ଦଳ ସେଠାକୁ ପହଞ୍ଚି ହାତୀପଲର ଗତିବିଧି ଉପରେ ନଜର ରଖିଛନ୍ତି।
ସବୁଯାକ ଛତିଶଗଡ଼ି ଓ ଝାଡ଼ଖଣ୍ଡି ହାତୀ ଥିବା ବନବିଭାଗ ସୂତ୍ରରୁ ପ୍ରକାଶ।
ଏଥିରେ ଛୁଆ ହାତୀ ଥିବାରୁ ମା' ହାତୀ ସ୍ବାଭାବିକ ଭାବେ ହିଂସ୍ର ଥିବା ଅନୁମାନ କରାଯାଉଛି।
Road Blocked: ନର୍ଲାଠାରୁ ମ.
ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ଗଛ ପଡ଼ି ରାସ୍ତା ଅବରୋଧ, ଅଟକିଛି ଶତାଧିକ ଯାନବାହାନ ହାତୀପଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ତେବେ ଝାଡ଼ଖଣ୍ଡି ଅତି ଉଗ୍ର ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବା ସହ ହାତୀପଲ ନିକଟକୁ ନଯିବାକୁ ପରାମର୍ଶ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।