Engine: ଅଟୋ ଇଞ୍ଜିନରୁ ମିଳିଲା ୨ ଲକ୍ଷ ଟଙ୍କାର ଗଞ୍ଜେଇ
"କାଲିମେଳା: ଗଞ୍ଜେଇ ଚୋରା ଚାଲାଣ କରିବାକୁ ମାଫିଆମାନେ ଭିନ୍ନ ଭିନ୍ନ ତରିକା ଆପଣେଇବାରେ ଲାଗିଛନ୍ତି | ମାଲକାନଗିରି ଜିଲ୍ଲା କାଲିମେଳାରେ ତେଲେଙ୍ଗାନା ନମ୍ବର ଥିବା ଏକ ଅଟୋ ଇଂଜିନ ଭିତରୁ ମିଳିଲା ୨ ଲକ୍ଷ ଟଙ୍କାର ଗଂଜେଇ | ମିଳିଥିବା ସୂଚନା ମୁତାବକ ଇଂଜିନ ଭିତରେ ୨୨ କିଲୋଗ୍ରାମ ଗଞ୍ଜେଇ ଲୁଚାଇ ରଖା ଯାଇଥିଲା |Advertisment ଆହୁରି ପଢନ୍ତୁ :Asian Para Games: ଏସୀୟ ପାରା କ୍ରୀଡ଼ା: ଚୟନକୁ ନେଇ ପାରା-ସାଇକ୍ଲିଷ୍ଟ କରିବେ ବିକ୍ଷୋଭ ଗଂଜେଇ ଚାଲାଣବେଳେ କାଲିମେଳା ଥାନା ଅନ୍ତର୍ଗତ ୩୨୬ ଜାତୀୟ ରାଜପଥର ଏମଭି ୯୦ ଗ୍ରାମ ନିକଟରେ ଏହି ଅଟୋକୁ ମାଡି ବସିଥିଲା କାଲିମେଳାପୁଲିସ | ପୁଲିସ ଟିଏସ ୨୮ଟି ୨୦୦୨ ନମ୍ବର ଥିବା ଏହି ଅଟୋ ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଏଥିସହିତ ୨ଟି ମୋବାଇଲ ଓ ଏକାଧିକ ସିମକାର୍ଡ ଜବତ କରାଯାଇଥିବାର ସୂଚନା ମିଳିଛି |କାଲିମେଳାରୁ ଏହି ଗଂଜେଇ ତେଲେଙ୍ଗାନା ଚାଲାଣକରାଯାଉଥିବାର ପୁଲିସ ସୂତ୍ରରୁ ଜଣା ପଡିଛି | "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।