Engineer Joins Underwater Repair: ଯାଜପୁରରେ କାଣୀ ଘାଇ ମରାମତି ଜୋରଦାର, ପାଣିରେ ବୁଡ଼ି ନିଜେ କାମ କରୁଛନ୍ତି ଯନ୍ତ୍ରୀ

Sep 06, 2026 - 18:12
Engineer Joins Underwater Repair: ଯାଜପୁରରେ କାଣୀ ଘାଇ ମରାମତି ଜୋରଦାର, ପାଣିରେ ବୁଡ଼ି ନିଜେ କାମ କରୁଛନ୍ତି ଯନ୍ତ୍ରୀ

ଘାଇର ମରାମତି କରୁଛନ୍ତି ଯନ୍ତ୍ରୀ। ଯାଜପୁରରେ ବର୍ଷା ପରେ ବଢ଼ିଛି ଦୁର୍ଦ୍ଦଶା। ସୃଷ୍ଟି ହୋଇଥିବା ଘାଇର ମରାମତି ଚାଲିଛି। ନିଜେ ଯନ୍ତ୍ରୀ ଏହି ମରାମତି କରୁଛନ୍ତି। ପାଣିରେ ବୁଡି ମରାମତି କାମ କରୁଛନ୍ତି ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ। କାଣୀ ଘାଇ ମରାମତି ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ଏହାକୁ ପୋତିବାକୁ ପ୍ରାଣ ପଣେ ଉଦ୍ୟମ ଜାରି ରହିଛି ବିଭାଗ। 

ଗତ ଜୁଲାଇ ୨୯ ତାରିଖରୁ ଆଜି ଯାଏ ୩୯ ଦିନ ହେବ ଘାଇ ମୁକୁଳା ପଡ଼ଛି। ଲଗାଣ ବର୍ଷା ସାଙ୍ଗକୁ ବୈତରଣୀ ନଦୀରେ ବନ୍ୟା ଲାଗି ଘାଇ ମରାମତି ହୋଇପାରୁନି। ୧୯ ପଞ୍ଚାୟତର ଲୋକଙ୍କୁ ଜଳବନ୍ଦୀ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି । କାଣୀ ନଦୀର ପାଟଣା ଠାରେ ସୃଷ୍ଟି ମୁକୁଳା ଘାଇରେ ମାସ ମାସ ଧରି ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଚାଷ ନଷ୍ଟ ହୋଇଛି। 

ଘାଇ ପାଣି ଅନେକ ଗାଁ ଲାଗି ବିପଦ ଆଣିଥିବା ବେଳେ ଡୋଭାବିଲ ଅଞ୍ଚଳର କିଛି ବିପନ୍ନ ବନ୍ୟା ଭୟରେ ଘରକୁ ନ ଫେରି ବନ୍ଧ ଉପରେ ଆଜିବି ଆଶ୍ରୟ ନେଇଛନ୍ତି। ଦୁଇ ଦିନ ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି ସାରିବାକୁ ଉଦ୍ୟମ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।