EOW: ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ରାୟଗଡ଼ା ଘରେ ପଶିଲା ଇ ଓ ଡବ୍ଲୁ

Nov 06, 2026 - 10:12
EOW: ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ରାୟଗଡ଼ା ଘରେ ପଶିଲା ଇ ଓ ଡବ୍ଲୁ

ରାୟଗଡ଼ା: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ରାୟଗଡ଼ା ସ୍ଥିତ ବାସଭବନରେ ଇ ଓ ଡବ୍ଲୁ ଅର୍ଥନୈତକ ଅପରାଧିକ ଶାଖାର ଗୋଟିଏ ବଡ଼ ଟିମ ତଦନ୍ତ ପାଇଁ ପହଞ୍ଚିଛନ୍ତି I ଏହି ଟିମ ୨ ଦିନ ହେଲା ରାୟଗଡ଼ାରେ ରହି ଆର୍ଥିକ ଅନିୟମିତତା ଅଭିଯୋଗର ଛାନଭିନ କରୁଛନ୍ତି I Advertisment ଭାସ୍କର ରାଓ ବର୍ତ୍ତମାନ ରାୟଗଡ଼ାରେ ଅନୁପସ୍ଥିତ ଏଠାରେ ସୂଚନାଯୋଗ୍ୟଯେ, ଟ୍ରକ ମାଲିକ ସଂଘର ସଭାପତି ୱାଇ ଭେଙ୍କଟେଶ୍ୱର ରାଓ (ମୃତ ) ଶ୍ରୀ ରାଓ ଓ ଅନ୍ୟମାନଙ୍କ ବିରୋଧରେ ଟ୍ରକ ମାଲିକ ସଙ୍ଘର ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗ ଆଣିଥିଲେ I ମୃତ କୋଣ୍ଡା ବାବୁ ରାୟଗଡ଼ା ପୁଲିସକୁ ଏନେଇ ଅଭିଯୋଗ କରିଥିଲେ I ରାୟଗଡ଼ା ପୁଲିସ ଏହି ମାମଲାକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ I କ୍ରାଇମ ବ୍ରାଞ୍ଚର ୨୫ ଜଣିଆ ଟିମ ଆସି ତଦନ୍ତ କରୁଥିବା ଜଣାପଡିଛି I ଭାସ୍କର ରାଓ ବର୍ତ୍ତମାନ ରାୟଗଡ଼ାରେ ଅନୁପସ୍ଥିତ ଥିବା ସୂଚନାରୁ ଜଣାପଡିଛି I ଇ ଓ ଡବ୍ଲୁ ଟିମ ଶ୍ରୀ ରାଓଙ୍କ ରାୟଗଡ଼ା ସ୍ଥିତ ବାସଭବନରେ ରହି କିଛି ସହାୟକଙ୍କୁ ପଚରାଉଚରା କରୁଛନ୍ତି I ତେବେ ଏନେଇ ଅଧିକ ତଥ୍ୟ ଦେବାକୁ ଇ ଓ ଡବ୍ଲୁ ଅଧିକାରୀମାନେ ମନା କରୁଛନ୍ତି I Gidipabali village: ଗିଡିପାବାଲି ଗାଁରେ ଭୂସ୍ଖଳନର ତାଣ୍ଡବ, ଧ୍ୱଂସସ୍ତୂପ ତଳେ ଚାପି ହୋଇଛି ଗାଁର ଅତୀତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।