EPFO: ୯ ମାସରେ ଇପିଏଫ୍‌ଓର ୭ ବଡ଼ ପରିବର୍ତ୍ତନ! ବଢ଼ିଲା ବେତନ ସୀମା, ୩ ଦିନରେ ମିଳିବ ପିଏଫ୍‌ ଟଙ୍କା...

Sep 24, 2026 - 17:44
EPFO: ୯ ମାସରେ ଇପିଏଫ୍‌ଓର ୭ ବଡ଼ ପରିବର୍ତ୍ତନ! ବଢ଼ିଲା ବେତନ ସୀମା, ୩ ଦିନରେ ମିଳିବ ପିଏଫ୍‌ ଟଙ୍କା...

"କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ୨୦୨୬ରେ ପିଏଫ୍‌ ଓ ପେନସନ୍‌ ସହ ଜଡ଼ିତ କିଛି ବଡ଼ ନିୟମ ବଦଳାଇଛି।

ଏହି ପରିବର୍ତ୍ତନର ସିଧା ପ୍ରଭାବ ଚାକିରି କରୁଥିବା ଲୋକଙ୍କ ଉପରେ ପଡ଼ିବ।

ବେତନ ସୀମା ବଢ଼ିବାଠାରୁ ଆରମ୍ଭ କରି ପିଏଫ୍‌ ଟଙ୍କା ଉଠାଇବାର ନିୟମ ସହଜ ହେବା, ଚାକିରି ହରାଇଲେ ଟଙ୍କା ଉଠାଇବା ଏବଂ ଅନଲାଇନ୍‌ ଦାବି ପ୍ରକ୍ରିୟା ସହଜ ହେବାଭଳି ଅନେକ ପରିବର୍ତ୍ତନ ହୋଇଛି।

ତେବେ ୨୦୨୬ରେ ଏପର୍ଯ୍ୟନ୍ତ ଇପିଏଫ୍‌ଓରେ କେଉଁ ୭ଟି ବଡ଼ ପରିବର୍ତ୍ତନ ହୋଇଛି, ଆସନ୍ତୁ ଜାଣିବା।Advertisment ଇପିଏଫ୍‌ରେ ହୋଇଥିବା ପରିବର୍ତ୍ତନ ଆହୁରି ପଢ଼ନ୍ତୁ- 🔴Heavy rain: ପାହାଡ଼ରୁ ଖସିଲା ମାଟି ଓ ବିଶାଳ ପଥର ୧.

ବେତନ ସୀମା ୧୫ ହଜାରରୁ ୨୫ ହଜାର ଟଙ୍କା ଇପିଏଫ୍‌ଓର ଅନିବାର୍ଯ୍ୟ ବେତନ ସୀମା ୧୫,୦୦୦ ଟଙ୍କାରୁ ବଢ଼ି ୨୫,୦୦୦ ଟଙ୍କା ହୋଇଛି।

ଏହି ନୂଆ ନିୟମ ୧୭ ସେପ୍ଟେମ୍ବର ୨୦୨୬ରୁ ଲାଗୁ ହୋଇଥିବା ଅନୁଯାୟୀ, ଯେଉଁ କର୍ମଚାରୀଙ୍କ ମୂଳ ବେତନ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ, ସେମାନେ ପିଏଫ୍‌, ପେନସନ୍‌ ଓ ଇଡିଏଲ୍‌ଆଇ ବୀମା ସୁବିଧାର ଦାୟରାରେ ଆସିବେ।

୨.

ବଦଳିଲା ପେନସନ୍‌ର ହିସାବ ବେତନ ସୀମା ବଢ଼ିବା ଯୋଗୁଁ ଭବିଷ୍ୟତରେ ମିଳିବାକୁ ଥିବା ପେନସନ୍‌ର ପରିମାଣ ମଧ୍ୟ ବଢ଼ିପାରେ।

ଇପିଏସ୍‌ର ନିର୍ଦ୍ଧାରିତ ହିସାବ ଅନୁଯାୟୀ ପେନସନ୍‌ଯୋଗ୍ୟ ବେତନ, ଚାକିରି ବର୍ଷ ଓ ୭୦କୁ ନେଇ ପେନସନ୍‌ର ହିସାବ କରାଯାଏ।

ଉଦାହରଣସ୍ୱରୂପ, କେହି ୩୦ ବର୍ଷ ଚାକିରି କଲେ ୧୫,୦୦୦ ଟଙ୍କାର ପୁରୁଣା ସୀମା ଅନୁସାରେ ଆନୁମାନିକ ପେନସନ୍‌ ପ୍ରାୟ ୬,୪୨୯ ଟଙ୍କା ହୋଇଥାନ୍ତା।

ନୂଆ ୨୫,୦୦୦ ଟଙ୍କା ସୀମା ଅନୁସାରେ ଏହା ପ୍ରାୟ ୧୦,୭୧୪ ଟଙ୍କା ହୋଇପାରେ।

ତେବେ ପ୍ରକୃତ ପେନସନ୍‌ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଚାକିରି ରେକର୍ଡ ଉପରେ ନିର୍ଭର କରିବ।

୩.

ପିଏଫ୍‌ରୁ ଆଂଶିକ ଟଙ୍କା ଉଠାଇବା ସହଜ ଆଗରୁ ପିଏଫ୍‌ରୁ ଅଗ୍ରିମ ଟଙ୍କା ଉଠାଇବା ପାଇଁ ଅନେକ ନିୟମ ଥିଲା।

ଏବେ ଏହାକୁ ସହଜ କରାଯାଇ ୩ଟି ମୁଖ୍ୟ ବର୍ଗରେ ରଖାଯାଇଛି।

ଜରୁରୀ ଆବଶ୍ୟକତା: ଅସୁସ୍ଥତା, ପିଲାଙ୍କ ପାଠପଢ଼ା ଓ ବିବାହ ଭଳି ଆବଶ୍ୟକତା ପାଇଁ ପିଏଫ୍‌ରୁ ଅଗ୍ରିମ ଟଙ୍କା ଉଠାଇପାରିବେ।

ଘର ସମ୍ବନ୍ଧୀୟ ଆବଶ୍ୟକତା: ନୂଆ ଘର କିଣିବା, ଘର ତିଆରି କରିବା କିମ୍ବା ଘର ଋଣ ପରିଶୋଧ କରିବା ପାଇଁ ଟଙ୍କା ଉଠାଇପାରିବେ।

ବିଶେଷ ପରିସ୍ଥିତି: ହଠାତ୍‌ ଆର୍ଥିକ ସମସ୍ୟା ଆସିଲେ ମଧ୍ୟ ପିଏଫ୍‌ରୁ ଅଗ୍ରିମ ଟଙ୍କା ଉଠାଇବାର ସୁବିଧା ରହିଛି।

ଏଥିପାଇଁ କାରଣ ଦର୍ଶାଇବାର ଆବଶ୍ୟକତା ନଥିବାରୁ ଦାବି ଖାରଜ ହେବାର ଚିନ୍ତା କମିବ।

ତେବେ ଅଗ୍ରିମ ଟଙ୍କା ଉଠାଇବା ପାଇଁ ଅତିକମ୍‌ରେ ୧୨ ମାସର ଚାକିରି ଥିବା ଆବଶ୍ୟକ ଏବଂ ପିଏଫ୍‌ ଖାତାରେ ୨୫ ପ୍ରତିଶତ ଟଙ୍କା ରଖିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ- Kanpur Murder Case: କାନପୁର କୋଟିପତି ହତ୍ୟାକାଣ୍ଡ ସ୍ବୀକାର କଲା ପୁଅ: ସ୍ତ୍ରୀ ଉପରେ ଦୋଷ ଲଦିବାକୁ ହତ୍ୟାକାରୀକୁ କହିଥିଲା ୪.

ଚାକିରି ଚାଲିଗଲେ ୭୫% ପିଏଫ୍‌ ଟଙ୍କା ଉଠାଇପାରିବେ ଯଦି କୌଣସି କାରଣରୁ ଚାକିରି ଚାଲିଯାଏ, ତେବେ କର୍ମଚାରୀ ନିଜ ପିଏଫ୍‌ ଖାତାର ୭୫ ପ୍ରତିଶତ ଟଙ୍କା ଉଠାଇପାରିବେ।

ଏଥିରେ କର୍ମଚାରୀଙ୍କ ଅଂଶ, ନିଯୁକ୍ତିଦାତାଙ୍କ ଅଂଶ ଓ ସୁଧ ମଧ୍ୟ ସାମିଲ ରହିବ।

ବାକି ୨୫ ପ୍ରତିଶତ ଟଙ୍କା ଚାକିରି ନଥିବାର ୧ ବର୍ଷ ପରେ ଉଠାଇପାରିବେ।

ପେନସନ୍‌ ଟଙ୍କା ଉଠାଇବା କ୍ଷେତ୍ରରେ ମଧ୍ୟ ଅପେକ୍ଷା ସମୟ ବଢ଼ାଇ ୩୬ ମାସ କରାଯାଇଛି।

୫.

୩ ଦିନରେ ମିଳିବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପିଏଫ୍‌ ଅଗ୍ରିମ ଜରୁରୀ ସମୟରେ ପିଏଫ୍‌ ଟଙ୍କା ଶୀଘ୍ର ମିଳିବା ପାଇଁ ଇପିଏଫ୍‌ଓ ଅଟୋ-ସେଟଲମେଣ୍ଟର ସୀମା ୫ ଲକ୍ଷ ଟଙ୍କାକୁ ବଢ଼ାଇଛି।

ଅସୁସ୍ଥତା, ପାଠପଢ଼ା, ବିବାହ କିମ୍ବା ଘର ତିଆରି ଭଳି କାମ ପାଇଁ କରାଯାଇଥିବା ଯୋଗ୍ୟ ଅଗ୍ରିମ ଦାବି ମାନବୀୟ ହସ୍ତକ୍ଷେପ ବିନା ଅଟୋମେଟିକ୍‌ ଭାବେ ପ୍ରକ୍ରିୟା ହୋଇପାରିବ।

ଏପରି ଦାବି ୩ ଦିନ ମଧ୍ୟରେ ସମାଧାନ ହୋଇ ଟଙ୍କା ସିଧା ବ୍ୟାଙ୍କ ଖାତାକୁ ଆସିପାରିବ।

୬.

ଡିଜିଲକର ଓ ଉମଙ୍ଗରେ ଅଧିକ ଡିଜିଟାଲ୍‌ ସୁବିଧା ଇପିଏଫ୍‌ଓ ଏବେ ଅନଲାଇନ୍‌ ସେବାକୁ ଆହୁରି ସହଜ କରୁଛି।

ଡିଜିଲକର ମାଧ୍ୟମରେ ୟୁଏଏନ୍‌ କାର୍ଡ, ପିପିଓ ଅର୍ଡର ଓ ସ୍କିମ୍‌ ସାର୍ଟିଫିକେଟ୍‌ ଭଳି ଦସ୍ତାବିଜ ଡାଉନଲୋଡ୍‌ କରିପାରିବେ।

ଅନଲାଇନ୍‌ ପିଏଫ୍‌ ଦାବି କରିବା ସମୟରେ ବ୍ୟାଙ୍କ ପାସବୁକ୍‌ କିମ୍ବା କ୍ୟାନ୍ସେଲ୍‌ ଚେକ୍‌ର ଫଟୋ ଅପଲୋଡ୍‌ କରିବାର ବାଧ୍ୟତା ମଧ୍ୟ ହଟାଯାଇଛି।

ଏହାସହିତ ଉମଙ୍ଗ ଆପ୍‌ରେ ଫେସ୍‌ ଅଥେଣ୍ଟିକେସନ୍‌ ମାଧ୍ୟମରେ ୟୁଏଏନ୍‌ ତିଆରି ଓ ସକ୍ରିୟ କରିବାର ସୁବିଧା ମିଳୁଛି।

ପିଏଫ୍‌ ଖାତାର ବାଲାନ୍ସ ଓ ଟଙ୍କା ନେଣଦେଣ ଶୀଘ୍ର ଦେଖିବା ପାଇଁ "ପାସବୁକ୍‌ ଲାଇଟ୍‌" ଭଳି ସୁବିଧା ମଧ୍ୟ ଆସିଛି।

ଆହୁରି ପଢ଼ନ୍ତୁ- SIR: ଏସ୍‌ଆଇଆର୍‌ ବିବାଦ: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲା ସିଜେପି ୭.

ଚାକିରି ବଦଳାଇଲେ ପିଏଫ୍‌ ଆପେଆପେ ଟ୍ରାନ୍ସଫର ଏବେ ଚାକିରି ବଦଳାଇବା ପରେ ପିଏଫ୍‌ ଟଙ୍କା ଟ୍ରାନ୍ସଫର କରିବା ନେଇ ଚିନ୍ତା କମିବ।

ଯଦି ଆପଣଙ୍କ ୟୁଏଏନ୍‌ ଆଧାର ସହ ଲିଙ୍କ୍‌ ହୋଇଛି ଏବଂ କେୱାଇସି ସମ୍ପୂର୍ଣ୍ଣ ଅପ୍‌ଡେଟ୍‌ ଅଛି, ତେବେ ନୂଆ କମ୍ପାନିରେ ଚାକିରି ଆରମ୍ଭ କରିବା ପରେ ପୁରୁଣା ପିଏଫ୍‌ ଖାତାର ଟଙ୍କା ନୂଆ ଖାତାକୁ ଆପେଆପେ ଟ୍ରାନ୍ସଫର ହୋଇପାରିବ।

ଏହାସହିତ କର୍ମଚାରୀମାନେ ପୋର୍ଟାଲରୁ "ଅନୁଲଗ୍ନକ-କେ" ଡାଉନ୍‌ଲୋଡ୍‌ କରି ପିଏଫ୍‌ ଟ୍ରାନ୍ସଫରର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଦେଖିପାରିବେ।

କର୍ମଚାରୀମାନେ ମନେରଖନ୍ତୁ ଇପିଏଫ୍‌ଓର ନୂଆ ସୁବିଧାର ଲାଭ ନେବାକୁ ହେଲେ ନିଜର ୟୁଏଏନ୍‌, ଆଧାର, ବ୍ୟାଙ୍କ ଖାତା ଓ ମୋବାଇଲ୍‌ ନମ୍ବର ଅପଡେଟ୍‌ ରଖନ୍ତୁ।

କେୱାଇସି ମଧ୍ୟ ସମ୍ପୂର୍ଣ୍ଣ କରି ରଖିବା ଜରୁରି।

ଏହା କଲେ ପିଏଫ୍‌ ଦାବି, ଟଙ୍କା ଉଠାଣ ଓ ଚାକିରି ବଦଳାଇବା ସମୟରେ ପିଏଫ୍‌ ଟ୍ରାନ୍ସଫର ଭଳି କାମ ସହଜ ହୋଇପାରିବ।

୨୦୨୬ରେ ଇପିଏଫ୍‌ଓରେ ହୋଇଥିବା ଏହି ପରିବର୍ତ୍ତନଗୁଡ଼ିକ ଚାକିରି କରୁଥିବା ଲୋକଙ୍କ ପିଏଫ୍‌ ଓ ପେନସନ୍‌ ସହ ଜଡ଼ିତ।

ବେତନ ସୀମା ବଢ଼ିବା, ପିଏଫ୍‌ ଅଗ୍ରିମ ଟଙ୍କା ଉଠାଇବାର ନିୟମ ସହଜ ହେବା ଏବଂ ଅଟୋ-ସେଟଲମେଣ୍ଟ ଭଳି ସୁବିଧା ଯୋଗୁଁ ଅନଲାଇନ୍‌ରେ ପିଏଫ୍‌ ସମ୍ବନ୍ଧୀୟ କାମ କରିବା ଆହୁରି ସହଜ ହେବ।

ତେଣୁ ନିଜ ପିଏଫ୍‌ ଖାତାର ତଥ୍ୟ ଠିକ୍‌ ଅଛି କି ନାହିଁ ଯାଞ୍ଚ କରନ୍ତୁ ଏବଂ ୟୁଏଏନ ସହ ଆଧାର, ବ୍ୟାଙ୍କ ଖାତା ଓ ଅନ୍ୟ କେୱାଇସି ତଥ୍ୟ ଅପ୍‌ଡେଟ୍‌ ରଖନ୍ତୁ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।