EPFO WhatsApp Service: ଆଉ ଅଫିସ୍ ଦୌଡ଼ିବାକୁ ପଡ଼ିବନି! ଘରେ ବସି ହ୍ୱାଟ୍ସଆପ୍‌ରେ ଜାଣନ୍ତୁ PF ଆକାଉଣ୍ଟର ସବୁ ତଥ୍ୟ

Nov 03, 2026 - 09:24
EPFO WhatsApp Service: ଆଉ ଅଫିସ୍ ଦୌଡ଼ିବାକୁ ପଡ଼ିବନି! ଘରେ ବସି ହ୍ୱାଟ୍ସଆପ୍‌ରେ ଜାଣନ୍ତୁ PF ଆକାଉଣ୍ଟର ସବୁ ତଥ୍ୟ

EPFO ଅଧିନ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏବେ କାମ ପାଇଁ ଅଫିସ ଦୌଡ଼ିବାକୁ ପଡ଼ିବନି।

ଘରେ ବସି ହ୍ବାଟ୍ସଆପ୍‌ରେ ମିଳିବ PF ସେବା।

ଏଣିକି ପ୍ରୋଭିଡେଣ୍ଟ ଫଣ୍ଡ୍‌ର ଖବର ଜାଣିବାକୁ ଆଉ ୱେବସାଇଟ୍‌ ଖୋଲିବାକୁ ପଡ଼ିବନି କି ଇପିଏଫ୍‌ଓ ଅଫିସ୍‌ ଯାଇ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡ଼ିବନି।

ଆପଣଙ୍କ ମୋବାଇଲ୍‌ରେ ଥିବା ହ୍ୱାଟ୍ସଆପ୍‌ରୁ ହିଁ ମିଳିଯିବ ପିଏଫ୍‌ ଆକାଉଣ୍ଟ୍‌ର ଅନେକ ତଥ୍ୟ।

କର୍ମଚାରୀଙ୍କ ସୁବିଧା ପାଇଁ ଏଭଳି ନୂଆ ବ୍ୟବସ୍ଥା ଆରମ୍ଭ କରିଛି ଇପିଏଫ୍‌ଓ।

Advertisment ଏବେ ଜାଣି ରଖନ୍ତୁ କିପରି ପାଇବେ ଏହି ସୁବିଧା?

ପ୍ରଥମେ ନିଜ ମୋବାଇଲ୍‌ରେ ୮୭୯୬୪୪୧୮୦୦ ନମ୍ବରକୁ ସେଭ୍‌ କରନ୍ତୁ।

ଏହାପରେ ହ୍ୱାଟ୍ସଆପ୍‌ରେ ଏହି ନମ୍ବରକୁ 'Hi' ମେସେଜ୍‌ ପଠାନ୍ତୁ।

ନିଜ ପସନ୍ଦର ଭାଷା ବାଛିବା ପରେ ଆବଶ୍ୟକ ସେବା ଚୟନ କରିପାରିବେ।

ନିଜ UAN ସହ ଲିଙ୍କ୍‌ ଥିବା ମୋବାଇଲ୍‌ ନମ୍ବର ଜରିଆରେ ଯାଞ୍ଚ ପ୍ରକ୍ରିୟା ପୂରଣ କରନ୍ତୁ।

ପରେ ଆପଣ ପିଏଫ୍‌ ବାଲାନ୍ସ, ଶେଷ ୫ଟି ଟ୍ରାଞ୍ଜାକ୍ସନ୍‌ ଓ ପାସ୍‌ବୁକ୍‌ ତଥ୍ୟ ଜାଣିପାରିବେ।

ଏହାସହ ପିଏମ୍‌ ବିକଶିତ ଭାରତ ରୋଜଗାର ଯୋଜନା ସମ୍ପର୍କିତ ଆବଶ୍ୟକ ସହାୟତା ମଧ୍ୟ ମିଳିବ।

କେବଳ ସେତିକି ନୁହେଁ, ଯେଉଁମାନଙ୍କର ପୁରୁଣା ବା ନିଷ୍କ୍ରିୟ ପିଏଫ୍ ଆକାଉଣ୍ଟରେ ₹୧,୦୦୦ କିମ୍ବା ତା'ଠାରୁ କମ୍ ଟଙ୍କା ଅଛି, ସେମାନଙ୍କୁ ଆଉ କୌଣସି ଅଫିସିଆଲ୍ କ୍ଲେମ ଫର୍ମ ପୂରଣ କରିବାକୁ ପଡ଼ିବ ନାହିଁ।

ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ଭେରିଫିକେସନ୍ ପରେ EPFO ନିଜ ଆଡ଼ୁ ହଜାର ଟଙ୍କା ପର୍ଯ୍ୟନ୍ତ ବାଲାନ୍ସକୁ ସିଧାସଳଖ ଗ୍ରାହକଙ୍କ ସକ୍ରିୟ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରିଦେବ।

ଏହାଦ୍ୱାରା ଦେଶର ପ୍ରାୟ ୧ ଲକ୍ଷରୁ ଅଧିକ ଆକାଉଣ୍ଟଧାରୀ ସିଧାସଳଖ ଉପକୃତ ହେବେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।