Esha Singh Wins Silver In Women’s 25m Pistol: ଏସିଆନ୍ ଗେମ୍ସରେ ଈଶାଙ୍କ ଚମକ, ୨୫ ମିଟର ପିସ୍ତଲରେ ରୌପ୍ୟ ପଦକ
ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ପଦକ। ଜାପାନର ଆଇଚି-ନାଗୋୟାରେ ଚାଲିଥିବା ୨୦୨୬ ଏସିଆନ୍ ଗେମ୍ସରେ ମହିଳା ୨୫ ମିଟର ପିସ୍ତଲ ବ୍ୟକ୍ତିଗତ ବର୍ଗରେ ଭାରତର ଈଶା ସିଂହ ରୌପ୍ୟ ପଦକ ଜିତିଛନ୍ତି। ୨୧ ବର୍ଷୀୟ ଈଶା ୩୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ସେପଟେ ମହିଳା ୭୮ କିଲୋଗ୍ରାମରୁ କମ୍ କୁରାଶ ବର୍ଗରେ ପିଙ୍କି ବଲହାରା ବ୍ରୋଞ୍ଜ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବକ୍ସିଂ ୭୫ କିଲୋଗ୍ରାମ ବର୍ଗରେ ଲଭଲିନା ବୋର୍ଗୋହେନ୍ ୫-୦ରେ ଜିତି ପଦକ ନିଶ୍ଚିତ କରିଛନ୍ତି।
ପୁରୁଷ କ୍ରିକେଟରେ ମଧ୍ୟ ଭାରତ ସେମିଫାଇନାଲରେ ପହଞ୍ଚିଛି। ଖରାପ ପାଗ ଯୋଗୁଁ ଆଫଗାନିସ୍ତାନ ବିପକ୍ଷ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ବାତିଲ ହେବାରୁ ଭାରତ ଆଇସିସି ଟି-୨୦ ରାଙ୍କିଙ୍ଗରେ ଉପରେ ଥିବାରୁ ସିଧାସଳଖ ଶେଷ ୪ରେ ସ୍ଥାନ ପାଇଛି। ଏବେ ଭାରତର ମୋଟ ପଦକ ସଂଖ୍ୟା ୩୯, ଯେଉଁଥିରେ ୪ ସ୍ୱର୍ଣ୍ଣ, ୧୭ ରୌପ୍ୟ ଓ ୧୮ ବ୍ରୋଞ୍ଜ ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।