ESI Hospital: ଅନ୍ଧାରୁଆ, ରେଙ୍ଗାଲିରେ ଇଏସ୍‌ଆଇ ଚିକିତ୍ସାଳୟ: ଉପଯୁକ୍ତ ଜାଗା ଖୋଜାଚାଲିଛି

Sep 09, 2026 - 07:19
ESI Hospital: ଅନ୍ଧାରୁଆ, ରେଙ୍ଗାଲିରେ ଇଏସ୍‌ଆଇ ଚିକିତ୍ସାଳୟ: ଉପଯୁକ୍ତ ଜାଗା ଖୋଜାଚାଲିଛି

"ଭୁବନେଶ୍ବର: କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ବରର ଅନ୍ଧାରୁଆର ଜଗନ୍ନାଥପ୍ରସାଦ ଓ ସମ୍ବଲପୁରର ରେଙ୍ଗାଲିର ଗଣେଶନଗରରେ ନୂଆ ଇଏସ୍‌ଆଇ ଚିକିତ୍ସାଳୟ (ଡିସ୍‌ପେନ୍‌ସେରି)  ସ୍ଥାପନ କରାଯିବ।

ଇଏସ୍‌ଆଇ ଯୋଜନା ଅଧୀନରେ ବୀମାଭୁକ୍ତ ଥିବା ଲୋକମାନଙ୍କ ପାଖରେ ଉନ୍ନତ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଚିକିତ୍ସାଳୟ ସ୍ଥାପନ କରାଯିବ।

ଏଥିପାଇଁ ଦୁଇ ସ୍ଥାନରେ ଉପଯୁକ୍ତ ସରକାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନ କିମ୍ବା ଅର୍ଦ୍ଧ ସରକାରୀ ପରିସର ସନ୍ଧାନ କରାଯାଉଛି।

ସେଭଳି ସ୍ଥାନ ଥିଲେ ଜଣାଇବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ମୁଖ୍ୟଯନ୍ତ୍ରୀ (କୋଠା)ଙ୍କୁ କୁହାଯାଇଛି।

ନୂଆ ଚିକିତ୍ସାଳୟ ଲାଗି ଚିହ୍ନଟ ହୋଇଥିବା ସ୍ଥାନ, ଜମିର ମାଲିକାନା ଓ ସେଥିରେ ଥିବା ବିଭିନ୍ନ ସୁବିଧାସୁଯୋଗ ବିଷୟରେ ଜଣାଇବାକୁ ମଧ୍ୟ କୁହାଯାଇଛି।

Advertisment Half marathon: ସତାରା ହିଲ୍‌ ହାଫ୍‌ ମାରାଥନ୍‌ରେ ଦୁଃଖୀଶ୍ୟାମ ଦ୍ବିତୀୟ ଅନ୍ୟ ପକ୍ଷରେ, ମିଳିଥିବା ସୂଚନା ଅନୁସାରେ, କୋରାପୁଟର ଦାମନଯୋଡ଼ିରେ ଥିବା ଇଏସ୍‌ଆଇସି ଚିକିତ୍ସାଳୟକୁ ନାଲ୍‌କୋ ଟାଉନ୍‌ସିପ୍‌କୁ ଏବଂ ତାଳଚେର ଇଏସ୍‌ଆଇ ଚିକିତ୍ସାଳୟକୁ ଏନ୍‌ଟିପିସି/ଟିଟିପିଏସ୍‌ ଟାଉନ୍‌ସିପ୍‌କୁ ଉଠାଇ ନେବା ଯୋଜନା ରହିଛି।

ତେବେ ନାଲ୍‌କୋର ଦାମନଯୋଡ଼ି କଲୋନି ପରିସରରେ ଏଥିପାଇଁ ହେବାକୁ ଥିବା ସ୍ଥାନ ଚିହ୍ନଟ କାର୍ଯ୍ୟ ହୋଇପାରିନାହିଁ।

ତାଳଚେର ଚିକିତ୍ସାଳୟକୁ ଅନ୍ୟତ୍ର ଉଠାଇ ନେବା ଲାଗି ଏନ୍‌ଟିପିସି ତାଳଚେର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା।

ପ୍ରସ୍ତାବିତ ସ୍ଥାନ ବିଷୟରେ ସୂଚିତ କରିବାକୁ କୁହାଯାଇଥିଲା।

କମ୍ପାନି କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।

ଯେଉଁଠାରେ ତାଳଚେର ଚିକିତ୍ସାଳୟ ରହିଛି ତାହା ଆପଖପାଖର ଶିଳ୍ପ କାରଖାନା ଓ ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା ହିତାଧିକାରୀମାନଙ୍କ ପାଇଁ ସୁବିଧାଜନକ ସ୍ଥାନରେ ରହିଛି।

Education: ଗାଁ ସମସ୍ୟାର ନିଛକ ଛବି ଆଦର୍ଶ ଗ୍ରାମସଭାରେ ଉପସ୍ଥାପିତ କଲେ ଏକଲବ୍ୟ ଅନ୍ତେବାସୀ ତାହାକୁ ଏନ୍‌ଟିପିସି ତାଳଚେର ପରିସରକୁ ନେଇଗଲେ ହିତାଧିକାରୀମାନଙ୍କୁ ସେବା ପାଇବା ଲାଗି ଅଧିକ ଦୂର ଯାତ୍ରା କରିବାକୁ ପଡ଼ିବ ଓ ସେମାନେ ଅସୁବିଧା ସାମନା କରିବା ଆଶଙ୍କା ରହିଛି।

ସେହିପରି, ଭୁବନେଶ୍ବରର ସହିଦନଗରରେ ଥିବା ଏକ ଡିସ୍‌ପେନ୍‌ସେରିରେ ରୋଗୀଙ୍କ ପଞ୍ଜୀକରଣ କରିବାକୁ ଷ୍ଟାଫ୍‌ ନଥିବା ସମ୍ପର୍କରେ ଏକ ବୈଠକରେ ଆଲୋଚନା ହୋଇଥିଲା।

ଆଉଟ୍‌ସୋର୍ସିଂ ଏଜେନ୍ସି ଜରିଆରେ ମାନବ ସମ୍ବଳ ବ୍ୟବସ୍ଥା କରିବା ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ବୈଠକରେ ରାୟଗଡ଼ାର ଜେ କେ ପୁର ଓ  ସୁନ୍ଦରଗଡ଼ର କାଂଶବାହାଳରେ ଥିବା ଇଏସ୍‌ଆଇ ହସ୍ପିଟାଲ୍‌ର ମରାମତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

କାଂଶବାହାଳ ହସ୍ପିଟାଲରେ ଆବଶ୍ୟକ ମରାମତି ହୋଇଛି।

ଜେ କେ ପୁର ହସ୍ପିଟାଲର ମରାମତି କାର୍ଯ୍ୟ ଶୀଘ୍ର ହେବ।ପୋରାଦିପରେ ଥିବା ଇଏସ୍‌ଆଇ ଡିସ୍‌ପେନ୍‌ସେରି ଏକ ଭଡ଼ା ଘରେ ପରିଚାଳିତ ହେଉଥିବାରୁ ତାହା ଭଲ ସ୍ଥିତିରେ ଥିବା ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।