Ethanol car: ଅକ୍ଟୋବରରେ ଆସିବ ୧୦୦% ଇଥାନଲ୍‌ କାର୍‌

Sep 27, 2026 - 21:01
Ethanol car: ଅକ୍ଟୋବରରେ ଆସିବ ୧୦୦% ଇଥାନଲ୍‌ କାର୍‌

"ନୂଆଦିଲ୍ଲୀ: ଟୟୋଟା ପକ୍ଷରୁ ଆସନ୍ତା ଅକ୍ଟୋବରରେ ଭାରତର ପ୍ରଥମ ୧୦୦ ପ୍ରତିଶତ ଇଥାନଲ୍‌ରେ ଚାଲୁଥିବା କାର୍‌ ଉନ୍ମୋଚନ କରାଯିବ।

ଏ ସମ୍ପର୍କରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଟାୟୋଟାର ଇଲେକ୍ଟ୍ରିକ୍ ଫ୍ଲେକ୍ସ-ଫୁଏଲ୍‌ ଇନୋଭାର ଉନ୍ମୋଚନ କାର୍ଯ୍ୟକ୍ରମକୁ ଅତିଥି ଭାବେ ତାଙ୍କୁ ସ୍ବାଗତ କରାଯାଇଛି।

ଏଥିରେ ଗାଡ଼ି ଚାଳନା ଖର୍ଚ୍ଚପେଟ୍ରୋଲ୍‌ କାର୍‌ ତୁଳନାରେ ଲିଟର ପିଛା ୨୫ ଟଙ୍କା କମ୍‌ ରହିବ‌ ବୋଲି ସେ ଦାବି କରିଛନ୍ତି।Advertisment ଆହୁରି ପଢନ୍ତୁ: World Tourism Day 2026 ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ଡିଜିଟାଲ୍ ନବସୃଜନ, ଓ ଗୋଷ୍ଠୀ ନେତୃତ୍ୱାଧୀନ ପର୍ଯ୍ୟଟନକୁ ଗୁରୁତ୍ବ ଟୟୋଟା ଆଣିବାକୁ ଥିବା ନୂଆ ଇନୋଭାରେ ଏକ ଇଥାନଲରେ ଚାଲୁଥିବା ଦହନଶୀଳ ଇଞ୍ଜିନ ସହିତ ଏକ ହାଇବ୍ରିଡ୍‌ ଇଲେକ୍ଟ୍ରିକ ପାୱାରଟ୍ରେନ୍‌ର ମିଶ୍ରଣ ରହିବ।

ଇନ୍ଧନକୁ ବ୍ୟବହାର କରି ଗାଡ଼ି ଚାଲିବା ବେଳେ ତାହାର ବ୍ୟାଟେରି ଚାର୍ଜ ହେବ।

ବ୍ୟାଟେରି ଚାର୍ଜ ହୋଇଗଲେ ଇନ୍ଧନ ସଞ୍ଚୟ ହେବ ଓ ଗାଡ଼ି ବ୍ୟାଟେରିରେ ଚାଲିବ।

ଏହିଭଳି ଭା‌ବେ ସେଥିରେ ଇନ୍ଧନ ବାବଦ ଖର୍ଚ୍ଚ କମିଯିବ।

ଗଡ଼କରୀ କହିଛନ୍ତି, ଫ୍ଲେକ୍ସ ଫୁଏଲ୍‌ ଇଞ୍ଜିନରେ ୬୦ ପ୍ରତିଶତ ସମୟ ପେଟ୍ରୋଲ ଇଞ୍ଜିନ ବନ୍ଦ ରହିବ ଓ ସେହି ସମୟରେ ତାହା ଇଲେକ୍ଟ୍ରିକ୍‌ ଗାଡ଼ି ଭାବେ ଚାଲିବ।

ଇଥାନଲକୁ ୧୯ଟି ଦେଶରେ ଗାଡ଼ି ଇନ୍ଧନ ଭାବେ ବ୍ୟବହାର କରାଯାଉଛି ଓ ବର୍ତ୍ତମାନ ସୁଦ୍ଧା ଭାରତରେ ଏହାକୁ ନେଇ କୌଣସି ଗାଡ଼ିରୁ ଅଭିଯୋଗ ଆସିନି ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।