EV nine plus: ପ୍ରେସିୟସ୍ ଲାଇଫ୍‌ସାଇନ୍ସେସ୍‌ର ‘ଇଭି ନାଇନ୍ ପ୍ଲସ୍ ଟାବ୍‌ଲେଟ୍’ ଉନ୍ମୋଚିତ

Aug 27, 2026 - 19:49
EV nine plus: ପ୍ରେସିୟସ୍ ଲାଇଫ୍‌ସାଇନ୍ସେସ୍‌ର ‘ଇଭି ନାଇନ୍ ପ୍ଲସ୍ ଟାବ୍‌ଲେଟ୍’ ଉନ୍ମୋଚିତ

"ଭୁବନେଶ୍ୱର: ପ୍ରେସିୟସ୍ ଲାଇଫ୍‌ସାଇନ୍ସେସ୍ ପ୍ରା.

ଲିଃ.

ପକ୍ଷରୁ ନୂତନ ଆୟୁର୍ବେଦିକ ନ୍ୟୁରୋଲୋଜି ଉତ୍ପାଦ "ଇଭି ନାଇନ୍ ପ୍ଲସ୍ ଟାବ୍‌ଲେଟ୍‌" ଉନ୍ମୋଚନ କରାଯାଇଛି।

ନ୍ୟୁରୋଲୋଜି କ୍ଷେତ୍ର ପାଇଁ ଏକ ସ୍ୱତନ୍ତ୍ର ଓ ବିଶେଷ ଫର୍ମୁଲେସନ୍ ସହିତ ଉକ୍ତ ଟାବ୍‌ଲେଟ୍‌ ପ୍ରସ୍ତୁତ କରାଯାଇଛି।

ନୟାପଲ୍ଲୀସ୍ଥିତ ହୋଟେଲ୍ ପ୍ରେସିଡେନ୍ସିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆୟୁର୍ବେଦିକ ହସ୍ପିଟାଲ୍, ଭୁବନେଶ୍ୱର ଏବଂ ସିଏଆର୍‌ଆଇ ଆୟୁର୍ବେଦିକ ହସ୍ପିଟାଲ୍, ଭୁବନେଶ୍ୱରର ବରିଷ୍ଠ ଆୟୁର୍ବେଦ ଚିକିତ୍ସକମାନେ ଉପସ୍ଥିତ ରହି ନୂଆ ଟାବ୍‌ଲେଟ୍‌ ସମ୍ପର୍କରେ ଆଲୋଚନା କରିଥିଲେ।

Advertisment କମ୍ପାନିର ନିର୍ଦ୍ଦେଶକ ବିଶ୍ୱଜିତ ଦାଶ ଯୋଗଦେଇ ଉକ୍ତ ଟାବ୍‌ଲେଟ୍‌ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୁର୍ବେଦିକ ଉତ୍ପାଦ ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ।

କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ୫୦ ଜଣ ରୋଗୀଙ୍କ ନିମନ୍ତେ ଔଷଧ ମାଗଣାରେ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

କମ୍ପାନିର ସୁକାନ୍ତ ମୁଦୁଲି ଡାକ୍ତରମାନଙ୍କୁ ସ୍ୱାଗତ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁଶୀଲ କୁମାର ବାରିକ, ମହେନ୍ଦ୍ର ରାଉତ, ବିରେନ୍ଦ୍ର କୁଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ।

Public Relations Conference: ଲୋକସମ୍ପର୍କ ସମ୍ମିଳନୀ ପୋଷ୍ଟର ଉନ୍ମୋଚନ କଲେ ରାଜ୍ୟପାଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।