Excise raid: ଅବକାରୀ ଚଢ଼ଉ, ୩ ଶହ ଲିଟର ମଦ, ୨ ଟନ୍ ପୋଚ ଜବତ
"କାଳିଆପାଣି: ଯାଜପୁର ଜିଲ୍ଲା ଅବକାରୀ ସ୍କ୍ବାଡ୍ ଓ ବିଭାଗୀୟ ପୁଲିସ ପକ୍ଷରୁ ୨ ଦିନ ଧରି ସୁକିନ୍ଦା ଓ କଳିଙ୍ଗନଗର ଥାନାର ବିଭିନ୍ନ ଗାଁରେ ଚଢ଼ଉ କରାଯାଇ ୧୩ଟି କେସ୍ ରୁଜୁ କରାଯିବା ସହ ୧୨ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।
ବିଭିନ୍ନ ସ୍ଥାନରୁ ଧରା ପଡ଼ିଥିବା ଅଭିଯୁକ୍ତଙ୍କ ପାଖରୁ ୩ଶହ ଲିଟର ଚୋରା ଦେଶୀ ମହୁଲି ମଦ ଓ ୧୨ ଲିଟର ବିଦେଶୀ ମଦ ଜବତ ସହ ପାଖାପାଖି ୨ ମେଟ୍ରିକ ଟନ ମହୁଲ ପୋଚ ଜବତ ନଷ୍ଟ କରାଯାଇଛି।
Advertisment ଗିରଫ ଅଭିଯୁକ୍ତମାନେ ହେଲେ କଇଁଆଢିପର ଅନାମ ମୁଣ୍ଡାଙ୍କ ପତ୍ନୀ ଯମୁନା(୩୦), ସାରଙ୍ଗପୁରର ପୀତାମ୍ବର ହେମ୍ବ୍ରମଙ୍କ ପତ୍ନୀ ବୁଦୁଇ(୩୩), ଡୁବୁରିର କୀର୍ତ୍ତନ ବେହେରାଙ୍କ ପତ୍ନୀ ମଞ୍ଜୁଲତା(୫୨), ଅଭୟପୁରର ମୁନା ନାଏକ ଙ୍କ ପତ୍ନୀ ମାମିନା(୩୫) ଓ ନୀଳମଣି ସାହୁ(୫୮), ଜାମୁପଶିର ପ୍ରଫୁଲ ମୁଣ୍ଡା(୪୮), ହରିଡ଼ାବାହାଳିର ବିନୋଦ କୁମାର ମହାନ୍ତ(୪୧)।
ଗତକାଲି ଅଭିଯୁକ୍ତ ସନ୍ଧ୍ୟାରାଣୀ ନାଥ, ବୁଦୁନି ଜାରିକା, ଲିଲି ଦେହୁରୀ, ବାଙ୍କୁ ନାଏକ ଓ ଅଶୋକ ନାଏକ ପୁଲିସ ପଞ୍ଝାରେ ପଡ଼ିଥିଲେ।
ଅଭିଯୁକ୍ତମାନଙ୍କୁ ପୃଥକ କେସ୍ରେ କୋର୍ଟ ଚାଲାଣ କରାଯାଇଥିଲା।
ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ବିଭାଗୀୟ ସୂଚନା ମିଳିଛି।
ଅବକାରୀ ଚଢ଼ଉ: ୧୦ଦିନରେ ୨୨୪ ମାମଲା, ୧୩୬ ଅଭିଯୁକ୍ତ ଗିରଫ ଅବକାରୀ ଅଧୀକ୍ଷକ ଅଜୟ କୁମାର ବେହେରାଙ୍କ ନିର୍ଦ୍ଦେଶରେ ବିଭାଗୀୟ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏସ୍ଆଇ ଭାରତୀ ନାୟକ, ଅଭୟ କୁମାର ନାୟକ ଓ ପ୍ରିୟମ୍ବିତା ଓଝା, ଏଏସ୍ଆଇ ଦେବକାନ୍ତ ଆଚାର୍ଯ୍ୟ, କନଷ୍ଟେବଲ୍ ରାକେଶ କୁମାର ମୁର୍ମୁ, ଧବଳେଶ୍ବର ମହାନ୍ତି, ଗଣେଶ ଦଣ୍ଡପାଟ ଓ ସୁଚିତ୍ରା ନାୟକ ସାମିଲ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।