Excise Raids: ଜଗତସିଂହପୁରରେ ଅବକାରୀ ଚଢ଼ାଉ: ନକଲି ଓ ଚୋରା ମଦ ଜବତ, ୨ ଗିରଫ

Nov 08, 2026 - 12:44
Excise Raids: ଜଗତସିଂହପୁରରେ ଅବକାରୀ ଚଢ଼ାଉ: ନକଲି ଓ ଚୋରା ମଦ ଜବତ, ୨ ଗିରଫ

ଜଗତସିଂହପୁର ସଦର: ଜଗତସିଂହପୁର ଜିଲ୍ଲା ଅବକାରୀ ସ୍କ୍ବାଡ୍ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ମଦ ଓ ବ୍ୟବହୃତ ସାମଗ୍ରୀ ଓ ଖୋଲା ବୋତଲ ଜବତ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି।

ଅବକାରୀ ସ୍କ୍ବାଡ୍ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀଙ୍କ ସୂଚନା ଅନୁସାରେ ଜଗତସିଂହପୁର ଥାନା ଅନ୍ତର୍ଗତ ନୂଆଗଡ଼ା ଛକ ନିକଟ ରାସ୍ତାରେ ଚଢାଉ କରି କର୍କ ଏବଂ ଖାଲି ବୋତଲ ସହିତ ୯.୯୦୦ ଲିଟର ଡୁପ୍ଲିକେଟ୍ ବିଦେଶୀ ମଦ ଏବଂ ୧୫ ଲିଟର ମଦ ଜବତ କରିବା ସହିତ ଅଇନିପୁର ଗ୍ରାମର ମହେଶ୍ବର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

Advertisment ମଦ ବେପାରୀ ପ୍ରଫୁଲ୍ଲ ଦାସଙ୍କୁ କୋର୍ଟ ଚାଲାଣ କରିଥିଲେ ସେହିଭଳି ଓ୍ବାରେଲସ୍ ଛକ ନିକଟ ରାସ୍ତାରେ ଅନ୍ୟ ଏକ ମାମଲରେ ୬.୪୮୦ ଲିଟର ବିଦେଶୀ ଚୋରା ମଦ ଜବତ କରାଯିବା ସହିତ ଅଇନିପୁର ଗ୍ରାମର ମଦ ବେପାରୀ ପ୍ରଫୁଲ୍ଲ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଥିଲେ।

ଏହି ଚଢଉରେ ସବଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏଏସଆଇ କ୍ଷୀରୋଦ ସାହୁ, କନେଷ୍ଟବଳ ସୁକାନ୍ତ ମାଝୀ ଓ ବିଶ୍ବନାଥ ମୁଣ୍ଡା ପ୍ରମୁଖ ସାମିଲ ଥିଲେ ।

Accident: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।