Excise raids: ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ

Aug 28, 2026 - 21:38
Excise raids: ଅବକାରୀ ଚଢ଼ଉ, ୬ ମହିଳା ସହ ୯ ଗିରଫ

"କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ଅବକାରୀ ସ୍କ୍ବାଡ୍ ଓ ବିଭାଗୀୟ ପୁଲିସ ପକ୍ଷରୁ ଆଜି କାଳିଆପାଣି ଓ ସୁକିନ୍ଦା ଥାନାର ବିଭିନ୍ନ ଗାଁରେ ଚଢ଼ଉ କରାଯାଇ ୧୦ଟି କେସ୍‌ ରୁଜୁ କରାଯିବା ସହ ୯ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ହେଲେ କଲରଙ୍ଗି ପୁରିଆଝର ବସ୍ତିର ଲୁଚିନ ସର୍ଦ୍ଦାରଙ୍କ ପତ୍ନୀ ମାନି ସର୍ଦ୍ଦାର(୩୬), କଲରଙ୍ଗିର ମଦନ ମୁଣ୍ଡାଙ୍କ ପତ୍ନୀ ଗୁରୁବାରୀ ମୁଣ୍ଡା(୪୦) ଓ ରମେଶ ମୁଣ୍ଡାଙ୍କ ପତ୍ନୀ ମିନି ମୁଣ୍ଡା(୫୪), ଗିରିଙ୍ଗାମାଳି ଗାଁର ସ୍ବର୍ଗତ ଚନ୍ଦନ ଚାମ୍ପିଆଙ୍କ ପତ୍ନୀ ସୁନେଇ ଚାମ୍ପିଆ(୫୭), ଗରାମିଆଁର ନିରଞ୍ଜନ ବଦରାଙ୍କ ପୁଅ ମଙ୍ଗଳସିଂହ ବଦରା(୨୦), ମଙ୍ଗଳପୁର ଗାଁର ବାବୁଲି ଲୋହାରଙ୍କ ପତ୍ନୀ ପାର ଲୋହାର(୫୫) ଓ ସ୍ବର୍ଗତ ଧ୍ରୁବ ଲୋହାରଙ୍କ ପତ୍ନୀ ସାବିତ୍ରୀ ଲୋହାର(୫୦), ମଙ୍ଗଳପୁର ଗାଁରୁ ଧରା ପଡ଼ିଥିବା ଚୋରା ମଦ ବାହକ ଭୁବନ ଥାନା ବାଲିବୋ ଗାଁର ସୁବଳ ବେହେରା(୫୭) ଓ ଅଭୟପୁର ଗାଁର ହରିହର ନାୟକଙ୍କ ପୁଅ ନିରଞ୍ଜନ ନାୟକ(୩୫)।

ସୁବଳ ଠାରୁ ମଦ ବୋଝେଇ ବାଇକ୍‌(ଓଡି-୦୪ଡି-୦୪୭୯) ଜବତ କରାଯାଇଛି।

Advertisment ସେମାନଙ୍କ ପାଖରୁ ମୋଟ୍‌ ୫୦୨ ଲିଟର ରନ୍ଧା ଦେଶୀ ମହୁଲି ମଦ ଓ ସେମାନଙ୍କ ଘରୁ ୨ ହଜାର ଲିଟରରୁ ଅଧିକ ମହୁଲ ପୋଚ ଜବତ କରାଯାଇଥିଲା।

ଅଭିଯୁକ୍ତମାନଙ୍କୁ ପୃଥକ କେସ୍‌ରେ କୋର୍ଟ ଚାଲାଣ କରାଯାଇଥିଲା।

ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା‌ ଜଣାପଡ଼ିଛି।

Paneer: ଖାଦ୍ୟ ଥାଳିରୁ ପନିର ଗାଏବ: ଅପମିଶ୍ରିତ ପନିର ଉତ୍ସକୁ ନ ଖୋଜି ଦୋକାନରେ ଚଢ଼ଉ ଅବକାରୀ ଅଧୀକ୍ଷକ ଅଜୟ କୁମାର ବେ‌ହେରାଙ୍କ ନିର୍ଦ୍ଦେଶରେ ବିଭାଗୀୟ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ଉରେ ଏଏସ୍‌ଆଇ ଦେବକାନ୍ତ ଆଚାର୍ଯ୍ୟ, କନଷ୍ଟେବଲ୍‌ ଶିଶିର ପ୍ରଧାନ, ସୁଚିତ୍ରା ନାୟକ, ରାକେଶ କୁମାର ମୁର୍ମୁ ଓ ଧବଳେଶ୍ବର ମହାନ୍ତି ସାମିଲ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।