Experts Warn AI Has Non-Zero Chance of Ending Human Civilization: ମାନବ ଜାତିକୁ ଶେଷ କରିଦେଇପାରେ AI, ସ୍ବୀକାର କଲେ ବିଶେଷଜ୍ଞ

Sep 14, 2026 - 10:49
Experts Warn AI Has Non-Zero Chance of Ending Human Civilization: ମାନବ ଜାତିକୁ ଶେଷ କରିଦେଇପାରେ AI, ସ୍ବୀକାର କଲେ ବିଶେଷଜ୍ଞ

ମାରିଦେବ AI। ସମଗ୍ର ମାନବ ଜାତିକୁ ସମାପ୍ତ କରିଦେଇପାରେ। ଏହା ଅତି ଗମ୍ଭୀର ବୋଲି ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଏବଂ ଟେକ୍ କମ୍ପାନୀର ମୁଖ୍ୟମାନେ ମଧ୍ୟ ସ୍ୱୀକାର କରୁଛନ୍ତି। ପୂର୍ବରୁ ଏହା କେବଳ କଳ୍ପନା ବିଜ୍ଞାନ ଗପ ଭଳି ମନେହେଉଥିଲା, କିନ୍ତୁ AIର ଦ୍ରୁତ ବିକାଶ ଯୋଗୁଁ ଏବେ ଏହି ବିପଦ ବାସ୍ତବ ରୂପ ନେବାକୁ ଯାଉଛି। ବିଶ୍ବର ପ୍ରମୁଖ AI ସୁରକ୍ଷା ଗବେଷକମାନେ ଆଶଙ୍କା କରିଛନ୍ତି ଯେ, ଆସନ୍ତା ଦଶନ୍ଧି ମଧ୍ୟରେ AI ଦ୍ୱାରା ମାନବ ଜାତି ଧ୍ୱଂସ ହେବାର ଆଶଙ୍କା ୧୦%ରୁ ଅଧିକ ଅଛି।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, AI କିପରି ମାନବ ଜାତି ପାଇଁ ବିପଦ ସୃଷ୍ଟି କରିପାରେ। ପ୍ରଥମ କାରଣ ହେଉଛି, ସ୍ୱୟଂଚାଳିତ ହ୍ୟାକିଂ ଏବଂ ଭିତ୍ତିଭୂମି ନଷ୍ଟ। ଉନ୍ନତ AI ମଡେଲଗୁଡ଼ିକ ସୁରକ୍ଷା ପ୍ରାଚୀର ଭାଙ୍ଗି ନିଜେ ନିଜେ ହ୍ୟାକିଂ କରିବାର କ୍ଷମତା ହାସଲ କଲେଣି। ଯଦି ଏହା କୌଣସି ଦେଶର ବିଦ୍ୟୁତ ଗ୍ରୀଡ୍, ଆର୍ଥିକ ନେଟୱର୍କ କିମ୍ବା ପ୍ରତିରକ୍ଷା ପ୍ରଣାଳୀକୁ ନିୟନ୍ତ୍ରଣ କରିନିଏ, ତେବେ ମହାବିପଦ ସୃଷ୍ଟି ହେବ। ଆଉ ଏକ କାରଣ ହେଲା, ଜୈବିକ ଅସ୍ତ୍ରର ବିପଦ। କିଛି ଆସାମାଜିକ ବ୍ୟକ୍ତି AI ବ୍ୟବହାର କରି ମାରାତ୍ମକ ଭୂତାଣୁ କିମ୍ବା ଜୈବିକ ଅସ୍ତ୍ର ତିଆରି କରିବାକୁ ଚେଷ୍ଟା କରୁଛନ୍ତି, ଯାହାକୁ କମ୍ପାନୀଗୁଡ଼ିକ ଅଧା ବାଟରେ ରୋକିଛନ୍ତି।

ତୃତୀୟ ହେଲା ନିୟନ୍ତ୍ରଣ ବାହାରକୁ ଚାଲିଯିବା। ଯଦି AI ନିଜ କୋଡିଂ ନିଜେ ବଦଳାଇ ମଣିଷଠାରୁ ଅଧିକ ବୁଦ୍ଧିମାନ ହୋଇଯାଏ, ତେବେ ମଣିଷ ତାକୁ ବନ୍ଦ କରିବାର ବା ନିୟନ୍ତ୍ରଣ କରିବାର କ୍ଷମତା ସବୁବେଳ ପାଇଁ ହରାଇ ବସିବ। ଚତୁର୍ଥ ହେଲା ଆଲାଇନମେଣ୍ଟ ସମସ୍ୟା। ଯଦି AI ଭିତରେ ମଣିଷ ପ୍ରତି ଘୃଣା ଆସିଲା, ତେବେ କଥା ସରିଲା। ଯଦି AIର କୌଣସି ଲକ୍ଷ୍ୟ ପୂରଣ କରିବା ରାସ୍ତାରେ ମଣିଷ ବାଧା ସାଜେ, ତେବେ ସେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ପିମ୍ପୁଡ଼ି ମାରିଲା ଭଳି ମଣିଷ ଜାତିକୁ ସହଜରେ ସମାପ୍ତ କରିଦେଇପାରେ। ଏହି ଭୟଙ୍କର ବିପଦକୁ ଦେଖି ବିଶ୍ୱର ବଡ଼ ବଡ଼ AI ବିଶେଷଜ୍ଞ ତଥା ବ୍ୟକ୍ତିବିଶେଷ ଏହାର ଗତିକୁ କମାଇବାକୁ କହୁଛନ୍ତି।...

  AI ଅତି ଗମ୍ଭୀର ପ୍ରସଙ୍ଗ ସ୍ବୀକାର କଲେ ବିଶେଷଜ୍ଞ
ବୈଜ୍ଞାନିକ, ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଏବଂ ଟେକ୍ କମ୍ପାନୀ ମୁଖ୍ୟଙ୍କ ସ୍ୱୀକାର
ବିପଦ ଆଣୁଛି AIର ଦ୍ରୁତ ବିକାଶ
ଆସନ୍ତା ଦଶନ୍ଧି ଭିତରେ AI ଦ୍ୱାରା ମାନବ ଜାତି ଧ୍ୱଂସ ହେବା ଆଶଙ୍କା 
AIର ଗତି କମାଇବାକୁ ବିଶେଷଜ୍ଞଙ୍କ ଦାବି
ଆନ୍ଥ୍ରୋପିକ୍ ସିଇଓ ଡାରିଓ ଆମୋଦେଇଙ୍କ ଚିନ୍ତା ପ୍ରକଟ
'AIର ଶକ୍ତି ବଢ଼ାଇବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରାଯାଉ'
AIର ଗତି ଧିମା କରାଯାଉ: ସାମ୍ ଅଲ୍ଟମ୍ୟାନ୍ 
ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ ହେବା ଦରକାର: ଏଲନ୍ ମସ୍କ   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।