Extramarital Affair Murder: ଚିକେନ୍ ତରକାରୀରେ ବିଷ ମିଶାଇ ସ୍ୱାମୀଙ୍କୁ ହତ୍ୟା ! ପ୍ରେମିକ ସହ ମିଶି ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର
ସ୍ବାମୀକୁ ମୂଷା ଔଷଧ ଦେଇ ମାରିଦେଲା ସ୍ତ୍ରୀ !
ଚିକେନ୍ ତରକାରୀରେ ମିଶାଇ ଥିଲା ବିଷ !
ପ୍ରେମିକ ସହ ମିଶି ଦଶହରାରେ ସ୍ବାମୀକୁ ହତ୍ୟା !
ପରକୀୟାପ୍ରୀତିର କରୁଣ ପରୀଣତି ।
ପ୍ରଥମେ ଚିକେନ ତରକାରୀରେ ବିଷ ଦେଲା ।
ସ୍ବାମୀ ଛଟପଟ ହେବାରୁ କୁରାଢ଼ିରେ ମୁଣ୍ଡକୁ ଛେଚି ମାରିଦେଲା ସ୍ତ୍ରୀ ।
ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା କଣଲୋଇ ଗାଁରୁ ଏଭଳି ଏକ ଅଭିଯୋଗ ଆସିଛି ।
ଦିଲ୍ଲୀପ ସେଠୀ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛି ପୋଲିସ ।
ଏହି ଘଟଣାରେ ମୃତକଙ୍କ ସ୍ତ୍ରୀ ସୌଦାମିନୀ ସେଠୀ ଏବଂ ତାଙ୍କ ପ୍ରେମିକ ନୂଆଗାଁ ବଡ଼ସାହିର ଖଗେଶ୍ୱର ସାହୁଙ୍କୁ ଗିରଫ କରାଯାଇଛି ।
ଉଭୟ କୋର୍ଟ ଚାଲାଣ ହୋଇଛନ୍ତି ।
ହତ୍ୟାକାଣ୍ଡର ମାତ୍ର ୪୮ ଘଣ୍ଟା ମଧ୍ୟରେ ପୋଲିସ ପର୍ଦ୍ଦାଫାଶ କରିଛି ।
ପୋଲିସର ତଦନ୍ତ ଅନୁଯାୟୀ, ସୌଦାମିନୀ ଓ ଖଗେଶ୍ବରଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା ।
ଏହାକୁ ଦିଲ୍ଲୀପ ବିରୋଧ କରୁଥିବାରୁ ଉଭୟ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
ଦଶହରା ରାତିରେ ଗାଁ ଉତ୍ସବମୁଖର ଥିବା ସମୟରେ ଚିକେନ ତରକାରୀରେ ବିଷ ମିଶାଇ ଦିଲ୍ଲୀପଙ୍କୁ ଖାଇବାକୁ ଦିଆଯାଇଥିଲା ।
ସେ ଅଚେତ ହେବା ପରେ ଗଳା ଚିପିବା ସହ କୁରାଢ଼ିରେ ମୁଣ୍ଡକୁ ଆଘାତ କରି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି ।
ମୃତକଙ୍କ ମା' ସୌରୀ ସେଠୀଙ୍କ ଅଭିଯୋଗ ପରେ ପୋଲିସ ଓ ଅନୁଗୋଳ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଥିଲେ ।
ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କୁରାଢ଼ି, ରକ୍ତଲଗା ପୋଷାକ ଓ ଗଳା ଚିପିବାରେ ବ୍ୟବହୃତ କପଡ଼ା ଜବତ ହୋଇଛି ।
Advertisment ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।