Face: ମୁହଁ ଭଡ଼ାରେ ଲଗାଇ ଲକ୍ଷ ଲକ୍ଷ ରୋଜଗାର

Sep 21, 2026 - 09:29
Face: ମୁହଁ ଭଡ଼ାରେ ଲଗାଇ ଲକ୍ଷ ଲକ୍ଷ ରୋଜଗାର

"କୃତ୍ରିମ ବୁଦ୍ଧିମତ୍ତା ବା ଏ.ଆଇ.

ଯୁଗରେ ଏବେ ମୁହଁ ବି ହୋଇପାରୁଛି ରୋଜଗାରର ମାଧ୍ୟମ।

ଚୀନରେ ଲୋକମାନେ ନିଜ ଚେହେରାକୁ ଏ.ଆଇ.

ଭିଡିଓ, ବିଜ୍ଞାପନ, ଭିଡିଓଗେମ୍‌ ଓ ୱେବ୍‌ ସିରିଜ୍‌ରେ ବ୍ୟବହାର ପାଇଁ ଉପଲବ୍‌ଧ କରାଇ ଭଲ ରୋଜଗାର କରୁଛନ୍ତି।

ଏହି ନୂଆ ବଜାରରେ ମୁହଁକୁ ଏକ ପ୍ରକାର ଡିଜିଟାଲ୍ ସମ୍ପତ୍ତି ଭାବେ ଦେଖାଯାଉଛି।

Advertisment Appreciation letter: ମୋଦୀଙ୍କ ପ୍ରଶଂସା ପତ୍ର ପାଇଲେ ମୂର୍ତ୍ତୀ ଶିଳ୍ପୀ ଅନମୋଲ ପଦାର ଏଥିପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ନିଜର "ଡିଜିଟାଲ୍ ଆକ୍ଟର" ପ୍ରୋଫାଇଲ୍ ତିଆରି କରିବାକୁ ପଡୁଛି।

ସେଠାରେ ମୁହଁର ବ୍ୟବହାର ପାଇଁ ନିଜସ୍ୱ ଦର ଧାର୍ଯ୍ୟ କରିବା ସହ କେତେ ଦିନ ପର୍ଯ୍ୟନ୍ତ ଅନୁମତି ରହିବ, କେଉଁ ପ୍ରକାରର ବିଷୟବସ୍ତୁରେ ମୁହଁ ବ୍ୟବହାର ହେବ ନାହିଁ ଏବଂ ପୁନଃ ବ୍ୟବହାରର ଅଧିକାର ରହିବ କି ନାହିଁ, ସେସବୁ ନିଜେ ଚୟନ କରି ହେଉଛି।

ମୁହଁକୁ ଭଡ଼ାରେ ଲଗାଇବାର ଦର ମଧ୍ୟ ଆକର୍ଷଣୀୟ।

War: ଯୁଦ୍ଧ ସମାପ୍ତ ପାଇଁ ୭ ସର୍ତ୍ତ ରଖିଲା ଇରାନ, ସର୍ତ୍ତ ଅଗ୍ରାହ୍ୟ ହେଲେ ନିର୍ଣ୍ଣାୟକ ଯୁଦ୍ଧ ଚେତାବନୀ ଗୋଟିଏ ପ୍ଲାଟଫର୍ମରେ ମୁହଁର ଲାଇସେନ୍‌ସ ଫି" ୫୦ ୟୁଆନ୍‌ରୁ ୯୯,୯୯୯ ୟୁଆନ୍‌ ପର୍ଯ୍ୟନ୍ତ ରହିଛି।

ଭାରତୀୟ ମୁଦ୍ରାରେ ସର୍ବାଧିକ ରାଶି ପ୍ରାୟ ୧୪ ଲକ୍ଷ ଟଙ୍କା।

ତେବେ ଏହି ନୂଆ ବ୍ୟବସ୍ଥା ସହ ଗୋପନୀୟତା, ସମ୍ମତି ଓ ବାୟୋମେଟ୍ରିକ୍ ତଥ୍ୟର ଅଧିକାରକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି।

ଥରେ ମୁହଁର ଡିଜିଟାଲ୍ ତଥ୍ୟ ଅନ୍‌ଲାଇନ୍‌କୁ ଗଲେ ଏହା ଉପରେ ମାଲିକର ନିୟନ୍ତ୍ରଣ କେତେ ରହିବ, ତାହା ଅନିଶ୍ଚିତ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।