Failed Marriage Cannot Automatically Become Criminal Case: ପ୍ରତ୍ୟେକ ବିଫଳ ବୈବାହିକ ସମ୍ପର୍କକୁ ଅପରାଧିକ ମାମଲା କରାଯାଇପାରିବନି: ହାଇକୋର୍ଟ

Oct 11, 2026 - 15:45
Failed Marriage Cannot Automatically Become Criminal Case: ପ୍ରତ୍ୟେକ ବିଫଳ ବୈବାହିକ ସମ୍ପର୍କକୁ ଅପରାଧିକ ମାମଲା କରାଯାଇପାରିବନି: ହାଇକୋର୍ଟ

ପ୍ରତ୍ୟେକ ବିବାହିତ ଜୀବନର ତିକ୍ତତାକୁ ଅପରାଧିକ ମାମଲାର ରୂପ ଦିଆଯାଇପାରିବ ନାହିଁ। ଏପରି କଲେ ବିବାହ ଭଳି ଏକ ସାମାଜିକ ସଂସ୍ଥା ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ।

ଯୌତୁକ ନିର୍ଯାତନା, ମାଡ଼ ମାରିବା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ଆଗ୍ରାରେ ରୁଜୁ ହୋଇଥିବା ଏକ FIRକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲାରେ ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟ ଆବେଦନ କରିଥିଲେ।

ମାମଲାର ତଥ୍ୟ ଅନୁସାରେ, ୨୦୨୪ ନଭେମ୍ବର ୧୨ରେ ବିବାହ ହୋଇଥିବା ବେଳେ ପ୍ରାୟ ଅଢ଼େଇ ମାସ ପରେ ୨୦୨୫ ଫେବ୍ରୁଆରୀ ୩ରେ ପତ୍ନୀ ଶାଶୂଘର ଛାଡ଼ିଥିଲେ। ପରେ ସ୍ୱାମୀ ଛାଡ଼ପତ୍ର ଆବେଦନ କରିବା ପରେ FIR ରୁଜୁ ହୋଇଥିଲା।

ମହିଳାଙ୍କ ସୁରକ୍ଷା ଓ ଯୌତୁକ ନିର୍ଯାତନା ବିରୋଧରେ ଆଇନର ଗୁରୁତ୍ୱକୁ କୋର୍ଟ ସ୍ୱୀକାର କରିଛନ୍ତି। ତେବେ ବୈବାହିକ ବିବାଦକୁ ସବୁବେଳେ ଅପରାଧ ଭାବେ ଦେଖିହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ରାୟ ଛାଡ଼ପତ୍ର ମାମଲାର ଫଳାଫଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।