Fake Khua Found At Lassi Shops: ଲସି ଦୋକାନରେ ନକଲି ଖୁଆ, ଚଢ଼ାଉ କରି ୧୦ ହାଣ୍ଡି ନଷ୍ଟ
ଲସି ଦୋକାନରେ ନକଲି ଖୁଆ। ଖୁଆରେ ପ୍ରବଳ ଅପମିଶ୍ରଣ ନେଇ ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ ହୋଇଛି। ରେଡ ସମୟରେ ୧୦ ହାଣ୍ଡି ଓ ୫ରୁ ଉର୍ଦ୍ଧ୍ବ ଖୁଆ ପ୍ୟାକେଟ ନଷ୍ଟ କରିଛି ଟିମ୍। ସହରର ବିଭିନ୍ନ ସ୍ଥାନରେ ଥିବା ଲସି ଦୋକାନରେ ନକଲି ଖୁଆ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ଏହାପରେ ଟିମ୍ ଚଢାଉ କରିଛି। ଗତକାଲି ନକଲି ପନିର ହୋଲସେଲର ଉପରେ ଚଢ଼ାଉ କରିଥିଲା ବିଭାଗ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।