Fake Medical Documents Used To Collect Crowdfunding Donations: ଭଉଣୀର ଅପରେସନ୍ ପାଇଁ ଫଣ୍ଡରେଜିଂ, ଭାଇରାଲ୍ ପରେ ହସ୍ପିଟାଲ୍ ଖୋଲିଦେଲା ରହସ୍ୟ

Sep 25, 2026 - 19:21
Fake Medical Documents Used To Collect Crowdfunding Donations: ଭଉଣୀର ଅପରେସନ୍ ପାଇଁ ଫଣ୍ଡରେଜିଂ, ଭାଇରାଲ୍ ପରେ ହସ୍ପିଟାଲ୍ ଖୋଲିଦେଲା ରହସ୍ୟ

ସୋସିଆଲ୍ ମିଡିଆରେ ଭଉଣୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗିବା ମହଙ୍ଗା ପଡ଼ିଲା। ଚିକିତ୍ସା ଓ ଅପରେସନ୍ ନାଁରେ ମିଥ୍ୟା ତଥ୍ୟ ଦେଇ କ୍ରାଉଡ୍‌ଫଣ୍ଡିଂ ମାଧ୍ୟମରେ ଟଙ୍କା ସଂଗ୍ରହ ଅଭିଯୋଗରେ ଆଗ୍ରା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ପୋଲିସ ଅନୁସାରେ, ଯୁବକ ଜଣକ ଯେଉଁ ୧୨ ବର୍ଷୀୟା ଭଉଣୀଙ୍କ ଚିକିତ୍ସା ପାଇଁ ସହାୟତା ମାଗିଥିଲେ, ସେଭଳି କୌଣସି ରୋଗୀ ଥିବାର ପ୍ରମାଣ ମିଳିନାହିଁ।

ପୋଲିସ ଅନୁସାରେ, ଅଜୟବୀର ସିଂହ ଓରଫ ଜୟ ସିଂହ ରାଠୋର ନାମରେ ପରିଚିତ ଯୁବକ ନିଜକୁ ୧୬ ବର୍ଷୀୟ ଜୟ ସିଂହ ରାଠୋର ଭାବେ ପରିଚୟ ଦେଇଥିଲେ। ତାଙ୍କ ଭଉଣୀ ଗ୍ଲକୋମା ଓ ଭିଟ୍ରିଅସ୍ ହେମୋରେଜ୍‌ରେ ପୀଡ଼ିତ ଥିବା ଏବଂ ଚିକିତ୍ସା ପାଇଁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଅପରେସନ୍ ଆବଶ୍ୟକ ବୋଲି ସେ ସୋସିଆଲ୍ ମିଡିଆରେ ଦାବି କରିଥିଲେ।

ପରିବାର ଚିକିତ୍ସାରେ ୨.୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛି ଏବଂ ଆଉ ୧.୨ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ସେ କହିଥିଲା। ତାଙ୍କ ଆବେଦନ ଭାଇରାଲ୍ ହେବା ପରେ ପ୍ରାୟ ୨୪ ଘଣ୍ଟାରେ ୧,୫୮,୨୮୨ ଟଙ୍କା ମିଳିଥିବା ସେ ଦାବି କରିଥିଲେ।

ତେବେ ପରେ ଘରୋଇ ହସ୍ପିଟାଲ ନିଜ ଲେଟରହେଡ୍‌ରେ ନକଲି ରୋଗୀ ରେକର୍ଡ, ପ୍ରେସକ୍ରିପସନ୍ ଓ ଚିକିତ୍ସା ଖର୍ଚ୍ଚର ଦସ୍ତାବିଜ ପ୍ରସ୍ତୁତ କରାଯାଇଥିବା ନେଇ ସତର୍କ କରିଥିଲା। ଏହାପରେ ଫଣ୍ଡରେଜିଂକୁ ନେଇ ସନ୍ଦେହ ବଢ଼ିଥିଲା ଏବଂ କିଛି ଦାତା ଟଙ୍କା ଫେରସ୍ତ ଦାବି କରିଥିଲେ।

ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଅଜୟବୀର ସିଂହଙ୍କୁ ଗିରଫ କରିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।