Fake shopping: ନକଲି ସପିଂ, ଅସଲି ଶିହରଣ!
ନିକଟରେ ଇଣ୍ଟରନେଟ୍ ଦୁନିଆରେ ଏକ ବିଚିତ୍ର ଟ୍ରେଣ୍ଡ୍ ଆରମ୍ଭ ହୋଇଛି।
ଏହାକୁ କୁହାଯାଉଛି 'ଡୋପାମିନ୍ ସାଇଟ୍ସ'।
ଏହି ୱେବ୍ସାଇଟ୍ଗୁଡ଼ିକରେ ଆପଣ ନିଜ ପସନ୍ଦର ପୋଷାକ, ଗାଡ଼ି କିମ୍ବା ସ୍ବାଦିଷ୍ଠ ଖାଦ୍ୟ ବାଛି ଅର୍ଡର୍ କରିପାରିବେ।
ଆପଣ କେବଳ ଅଭିନୟ କରିବେ ଯେ ଆପଣଙ୍କ ପାଖରେ ପ୍ରଚୁର ଟଙ୍କା ଅଛି ଓ ଆପଣ ସପିଂ କରୁଛନ୍ତି।
ସେହିସବୁ ସାମଗ୍ରୀ ଆପଣଙ୍କ ଘରକୁ ପହଞ୍ଚିବ ନାହିଁ କି ସେଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ!
ତଥାପି ଅସଲି ସପିଂର ଶିହରଣ ଅନୁଭବ କରିପାରିବେ।
Advertisment Ramky waste transport: ରାମ୍କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ ନକଲି ସାଇଟ୍ଗୁଡ଼ିକ ଏତେ ବାସ୍ତବଧର୍ମୀ ଯେ, ଆପଣ ଅର୍ଡର କଲା ପରେ ଡେଲିଭରି ଟ୍ରାକିଂର ମଜା ମଧ୍ୟ ନେଇପାରିବେ।
ଏହି କୌତୁକିଆ ଟ୍ରେଣ୍ଡ୍ର ଆରମ୍ଭ ଦକ୍ଷିଣ କୋରିଆରୁ ହୋଇଥିଲା।
ସିଓଲ୍ର ଇଂଜିନିଅରିଂ ଛାତ୍ରୀ ପାର୍କ ସିଓହ୍ୟୁନ୍ 'ଫୁଡ୍ ନେଭର୍ ଆରାଇଭ୍ସ' ନାମକ ୱେବ୍ସାଇଟ୍ ତିଆରି କରିଥିଲେ।
ଏଥିରେ ପସନ୍ଦର ଖାଦ୍ୟ ଅର୍ଡର୍ କରିବାର ସୁବିଧା ରହିଛି।
ଖାଦ୍ୟ ତ ଆସିବ ନାହିଁ କିନ୍ତୁ ଆପଣ ପ୍ରକୃତରେ ଖାଦ୍ୟ ନ ମଗାଇ କେତେ ଟଙ୍କା ଓ କେତେ କ୍ୟାଲୋରି ବଞ୍ଚାଇଲେ, ତା'ର ଏକ ସୁନ୍ଦର ହିସାବ ଏହି େଵବସାଇଟ୍ ଦେଖାଇଥାଏ।
ସେହିପରି ଭାରତର ପୂର୍ବାଂଶ ପରମାର ଓ ଅଂଶୁଲ ଶର୍ମା 'ଫୁଡ୍ନେଭର୍କମ୍ସ' ୱେବ୍ସାଇଟ୍ ତିଆରି କରିଛନ୍ତି।
ଏଠାରେ ଆପଣ ନକଲି ଅର୍ଡର କରିବା ପରେ, ସେହି ଖାଦ୍ୟକୁ ଘରେ ନିଜେ କିପରି ରାନ୍ଧିବେ ତା' ରେସିପି ମିଳିଥାଏ।
ଗତ ଜୁନ୍ ମାସରୁ ଏପର୍ଯ୍ୟନ୍ତ ଏହି ସାଇଟ୍କୁ ୨୭ ଲକ୍ଷରୁ ଅଧିକ ଲୋକ ଖୋଲିସାରିଲେଣି।
Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ ଏହି ୱେବ୍ସାଇଟ୍ଗୁଡ଼ିକ ଯୁବପିଢ଼ି ଗହଣରେ ଲୋକପ୍ରିୟ ହେବାର କାରଣ ରହିଛି।
ଅନ୍ଲାଇନ୍ରେ କିଛି ଜିନିଷ ମଗାଇବା ମାତ୍ରେ ଆମ ମସ୍ତିଷ୍କରେ ଡୋପାମିନ୍ ହରମୋନ୍ କ୍ଷରଣ ହୋଇଥାଏ।
ଏଥିରୁ ମିଳୁଥିବା କ୍ଷଣସ୍ଥାୟୀ ଶିହରଣ ଯୋଗୁଁ ଅନେକ ଲୋକ ଅନାବଶ୍ୟକ ଜିନିଷ ଅର୍ଡର୍ କରି ଅଯଥାରେ ଖର୍ଚ୍ଚାନ୍ତ ହୋଇଥାନ୍ତି, ବିଭିନ୍ନ ଖାଦ୍ୟ ଖାଇ ଅସୁସ୍ଥ ହୁଅନ୍ତି।
ଏହିପରି ୱେବ୍ସାଇଟ୍ ସେଭଳି ଅଭ୍ୟାସର କୁପରିଣାମ ହ୍ରାସ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।