Fake SIM Cards ସାଇବର ଠକଙ୍କୁ ସିମ୍ କାର୍ଡ, ମାମଲା ରୁଜୁ, ଅଭିଯୁକ୍ତ ପିଓଏସ୍ ଏଜେଣ୍ଟ ଫେରାର୍
"ଭଦ୍ରକ: ନିୟମାନୁସାରେ, ଆଧାରକାର୍ଡ ଓ ବାୟୋମେଟ୍ରିକ୍ ଯାଞ୍ଚ ପରେ ସିମ୍କାର୍ଡ ପ୍ରଦାନ କରିବା କଥା, କିନ୍ତୁ ଜାଲ ତଥ୍ୟ ଦାଖଲ କରି ସିମ୍କାର୍ଡ ପ୍ରଦାନ କରାଯାଉଛି।
ଏହି ସିମ୍କାର୍ଡକୁ ବ୍ୟବହାର କରି ସାଇବର ଅପରାଧୀମାନେ ନିଜର ଅପରାଧ ଚଳାଉଛନ୍ତି।
ଭଦ୍ରକ ତିହିଡ଼ି ଥାନା ଅଞ୍ଚଳରୁ ଏଭଳି ଏକ ଅପରାଧରେ ଭୁଲ୍ତଥ୍ୟରେ ସିମ୍କାର୍ଡ ପ୍ରଦାନ କରିଥିବା ଜଣେ ପିଓଏସ୍ ଏଜେଣ୍ଟ୍ଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।
Advertisment ଢେଙ୍କାନାଳ ପ୍ରିଆକ୍ଟିଭ୍ ସିମ୍ ମାମଲା: ଜାଲ୍ ସିମ୍ରେ ୩ ଲକ୍ଷ ଆପ୍ଲିକେସନ୍ ଆକ୍ଟିଭ୍ ତିହିଡ଼ି ଥାନା ଅନ୍ତର୍ଗତ ଭିତରଦିଗପାଟଣା (ଭୁବନ)ର ପି ଓ ଏସ ଏଜେଣ୍ଟ ସୌମ୍ୟ ରଞ୍ଜନ ଦେ"ଙ୍କ ନାମରେ ଏହି ଅଭିଯୋଗ ରହିଛି।
ତାଙ୍କ ପି ଓ ଏସ କୋଡ୍ ମାଧ୍ୟମରେ ୯ଟି ମୋବାଇଲ୍ ନମ୍ବର ପ୍ରଦାନ କରାଯାଇଛି।
ସମ୍ପୃକ୍ତ ସିମ୍ଗୁଡ଼ିକର ଗ୍ରାହକ ଆବେଦନ ନମ୍ବର ଯାଞ୍ଚ ସମୟରେ ଗ୍ରାହକଙ୍କ ତଥ୍ୟରେ ଅସଙ୍ଗତି ଥିବା ପୁଲିସ ଜାଣିବାକୁ ପାଇଥିଲା।
ପିତାଙ୍କ ନାମ ସ୍ଥାନରେ ଅନେକ ଅର୍ଥହୀନ ଶବ୍ଦ ଲେଖାଯାଇଥିବା ମଧ୍ୟ ଯାଞ୍ଚରୁ ସାମ୍ନାକୁ ଆସିଥିଲା।
ଯେଉଁ ବ୍ୟକ୍ତିଙ୍କ ନାମରେ ସିମ୍ଗୁଡ଼ିକ ଆକ୍ଟିଭେଟ୍ ହୋଇଥିଲା, ସେମାନେ ଏ ସମ୍ପର୍କରେ ଅବଗତ ନଥିବା ପୁଲିସକୁ କହିଥିବା ସୂଚନା ମିଳିଛି।
Cyber Fraud Arrested: ଡିଜିଟାଲ୍ ଆରେଷ୍ଟ ମାଧ୍ୟମରେ ୬ ଲକ୍ଷ ଟଙ୍କା ଠକେଇ: ଜାମ୍ମୁ-କାଶ୍ମୀର ଓ ରାଜସ୍ଥାନରୁ ୨ ସାଇବର ଅପରାଧୀ ଗିରଫ ଏହାପରେ ସମ୍ପୃକ୍ତ ମୋବାଇଲ୍ ନମ୍ବରଗୁଡ଼ିକର ଅପରାଧିକ ବ୍ୟବହାର ସମ୍ପର୍କରେ ଯାଞ୍ଚ କରାଯାଇଥିଲା।
ଏହି ୯ଟି ନମ୍ବର ବ୍ୟବହାର କରି ସାଇବର ଠକେଇ ହୋଇଥିବା ନେଇ ଏନ୍ ସି ଆର୍ ପି ରେ ପୂର୍ବରୁ ଏକାଧିକ ଅଭିଯୋଗ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।
ଅଭିଯୁକ୍ତ ସୌମ୍ୟ ରଞ୍ଜନଙ୍କୁ ଧରିବା ପାଇଁ ପୁଲିସ ତାଙ୍କ ଠିକଣାରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।
ଜାଲ୍ ତଥ୍ୟରେ ସିମ୍ ଇସ୍ୟୁ ଓ ପରବର୍ତ୍ତୀ ସାଇବର ଠକେଇ ମଧ୍ୟରେ କି ସମ୍ପର୍କ ରହିଛି, ତାହା ନେଇ ତଦନ୍ତ ଜାରି ରହିଛି।
୭.୮୧ ଲକ୍ଷ ସିମ୍କାର୍ଡ ଅଚଳ: ସାଇବର୍ ଠକେଇରେ ବ୍ୟବହାର ହୋଇଥିଲା ଭଦ୍ରକ ସାଇବର ଥାନା ଇନ୍ସପେକ୍ଟର ମାନସ ରଞ୍ଜନ ବିଶ୍ୱାଳଙ୍କ ଲିଖିତ ଅଭିଯୋଗକ୍ରମେ କେସ୍ ନମ୍ବର ୧୯/୨୦୨୬, ତା.
୦୧.୧୦.୨୦୨୬ ରୁଜୁ ହୋଇଛି।
ଧାରା ୩୧୮(୪), ୩୧୯(୨), ୩୩୬(୩), ୩୩୮, ୩୪୦(୨), ୬୧(୨), ଆଇଟି ଆକ୍ଟର ଧାରା ୬୬(ସି), ୬୬(ଡି) ଏବଂ ଟେଲିକମ୍ୟୁନିକେସନ୍ ଆକ୍ଟ, ୨୦୨୩ର ଧାରା ୪୨(୩)(ସି)ରେ ମାମଲା ରୁଜୁ ହୋଇଛି।
ତଦନ୍ତ ଦାୟିତ୍ୱ ଇନ୍ସପେକ୍ଟର ବିରଞ୍ଚିଙ୍କୁ ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।