Family Alleges Treatment Lapse After Patient’s Death: ଡାକ୍ତର ନଥିବା ବେଳେ କର୍ମଚାରୀ କରୁଥିଲେ ଚିକିତ୍ସା! ରୋଗୀ ମୃତ୍ୟୁ ପରେ ତେଜିଲା ବିବାଦ

Sep 15, 2026 - 16:27
Family Alleges Treatment Lapse After Patient’s Death: ଡାକ୍ତର ନଥିବା ବେଳେ କର୍ମଚାରୀ କରୁଥିଲେ ଚିକିତ୍ସା! ରୋଗୀ ମୃତ୍ୟୁ ପରେ ତେଜିଲା ବିବାଦ

କଟକ ଜଗତପୁରରେ ଥିବା ଏକ ଘରୋଇ ମେଡିକାଲରେ ରୋଗୀ ମୃତ୍ୟୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ମୃତକ ଜଣଙ୍କ ହେଲେ ଜଗତପୁର ଭୁବନପୁର ଅଞ୍ଚଳର ୬୦ବର୍ଷୀୟ ବିଜୟ ପଣ୍ଡା। ଗତକାଲି ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ମାତ୍ର ଚିକିତ୍ସା ଅବହେଳା କାରଣରୁ ରୋଗୀ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଡାକ୍ତର ନଥିବା ବେଳେ ମେଡିକାଲ କର୍ମଚାରୀମାନେ ଚିକିତ୍ସା କରୁଥିବା ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନାକୁ ଆଖି ଆଗରେ ରଖି  ପୋଲିସ ମୁତୟନ ହୋଇଛନ୍ତି। ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଚିକିତ୍ସାରେ ଅବହେଳା ହୋଇନଥିବା ହସ୍ପିଟାଲ ମାଲିକ କହିଛନ୍ତି।

ଡାକ୍ତର ନଥିବାରୁ ରୋଗୀ ମୃତ୍ୟୁ ଅଭିଯୋଗ
ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା 
ଚକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ
ଘଟଣା ସ୍ଥଳରେ ଜଗତପୁର ପୋଲିସ ମୁତୟନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।