Family Dispute Turns Violent: ପାରିବାରିକ ବିବାଦ; ସାବତ ଭାଇକୁ କଟୁରୀରେ ହାଣିଲେ ଦୁଇ ଭାଇ

Sep 19, 2026 - 14:46
Family Dispute Turns Violent: ପାରିବାରିକ ବିବାଦ; ସାବତ ଭାଇକୁ କଟୁରୀରେ ହାଣିଲେ ଦୁଇ ଭାଇ

ପାରିବାରିକ ବିବାଦକୁ କେନ୍ଦ୍ର କରି ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ଅଞ୍ଚଳରେ ଘଟିଛି ହିଂସାକାଣ୍ଡ। ସାବତ ଭାଇକୁ ଅନ୍ୟ ଦୁଇ ଭାଇ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଇମ୍ରାନ ଖାନ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ତରିକୁନ୍ଦ ଅଞ୍ଚଳରେ ଇମ୍ରାନ ଖାନଙ୍କୁ ତାଙ୍କ ଦୁଇ ଭାଇ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି।

ଆକ୍ରମଣ ପରେ ଇମ୍ରାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସମ୍ପର୍କରେ ବର୍ତ୍ତମାନ ସବିଶେଷ ସୂଚନା ମିଳିନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆକ୍ରମଣର କାରଣ ଓ ଘଟଣାରେ କେଉଁମାନେ ସମ୍ପୃକ୍ତ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତା ହିଁ ଆକ୍ରମଣର ପ୍ରକୃତ କାରଣ କି ନାହିଁ, ତଦନ୍ତ ପରେ ଏହା ସ୍ପଷ୍ଟ ହେବ।

ଭାଇକୁ ହାଣିଲେ ଦୁଇ ଭାଇ
ସାବତ ଭାଇକୁ କଟୁରୀରେ ହାଣିଲେ ଦୁଇ ଭାଇ
ଜଗତସିଂହପୁର ତରିକୁନ୍ଦରେ ଅଘଟଣ
ଗୁରୁତର ଇମ୍ରାନ ଖାନଙ୍କୁ ମେଡିକାଲରେ ଭର୍ତ୍ତି
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାବତ ଭାଇକୁ ହତ୍ୟା ଉଦ୍ୟମ
ଘଟଣାସ୍ଥଳରେ ପୋଲିସର ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।