Family Feud Turns Deadly: ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା, ପାରିବାରିକ କଳହର କୁପରିଣତି

Sep 09, 2026 - 14:46
Family Feud Turns Deadly: ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା, ପାରିବାରିକ କଳହର କୁପରିଣତି

ବାପର ଧାରୁଆ ଅସ୍ତ୍ରରେ ଆକ୍ରମଣରେ ପୁଅ ମୃତ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଚୁନିଦା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ପାରିବାରିକ କଳହ ସହ ଜମିବାଡ଼ି ବିବାଦ ପାଇଁ ହତ୍ୟା ସୂଚନା । ସୂଚନା ଅନୁଯାୟୀ ରବି ସାହୁଙ୍କ ପୁଅ ବିକାଶ ସାହୁଙ୍କ ମଧ୍ୟରେ କୌଣସି କାରଣ ପାଇଁ ବିବାଦ ଥିଲା ।

ସକାଳ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ପରେ ବାପା ବୋହୂକୁ ଘରେ ବନ୍ଦ କରି ଦେଇଥିଲେ । ପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ବାପା ରବି ସାହୁ । ବିକାଶ ଗୁରୁତର ହେବା ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା। ତେବେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଛନ୍ତି । ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ୍।

ଜମି ପାଇଁ ପୁଅକୁ ହତ୍ୟା
ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା
ଭଦ୍ରକ ଗ୍ରାମାଞ୍ଚଳ ଥାନା ଚୁନିଦା ଅଞ୍ଚଳରେ ହତ୍ୟାକାଣ୍ଡ
ଜମିବାଡ଼ି ବିବାଦ ଓ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।