Family Land Dispute Ends in Murder: ଭଡ଼ା ଘରୁ ମିଳିଲା ଗଳିତ ମୃତଦେହ, ହତ୍ୟା ଅଭିଯୋଗରେ ଭାଇ ଗିରଫ

Oct 07, 2026 - 15:27
Family Land Dispute Ends in Murder: ଭଡ଼ା ଘରୁ ମିଳିଲା ଗଳିତ ମୃତଦେହ, ହତ୍ୟା ଅଭିଯୋଗରେ ଭାଇ ଗିରଫ

ଜମିଜମା ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ। ସୂଚନା ଅନୁସାରେ, ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପ୍ରଗତି ମାର୍ଗର ଏକ ଭଡା ଘରୁ ଅଶୋକ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ପୋଷ୍ଟମର୍ଟମ୍ ପାଇଁ ଫୁଲବାଣୀ ହସ୍ପିଟାଲକୁ ପଠାଇଥିଲା। ମୃତକଙ୍କ ପରିବାର ଲୋକେ ଅଶୋକଙ୍କୁ ତାଙ୍କ ସାନ ଭାଇ ଜମିଜମା କାରଣ ପାଇଁ ହତ୍ୟା କରିଥିବା ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୋଲିସ ମୃତକଙ୍କ ସାନ ଭାଇ ଅରୁଣକୁ ଅଟକ ରଖି ପଚରାଉଚରା କରିଥଲେ। ପୋଲିସ ଜେରା ସମୟରେ ଜମି ବିକ୍ରି ଟଙ୍କାକୁ କେନ୍ଦ୍ର କରି ହତ୍ୟା କରିଥିବା ସ୍ୱୀକାର କରିଥିଲା। ଘଟଣାରେ ଫୁଲବାଣୀ ପୋଲିସ ଅଭିଯୁକ୍ତ ସାନ ଭାଇକୁ ଗିରଫ କରିବା ସହ ଯେଉଁ ଠେଙ୍ଗାରେ ହତ୍ୟା କରିଥିଲା ସେହି ଠେଙ୍ଗାକୁ ପୋଲିସ ଜବତ କରିଛି।...

ଜମିଜମା ବିବାଦ ପାଇଁ ଭାଇକୁ ହତ୍ୟା କଲା ଭାଇ
କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅଞ୍ଚଳ ଘଟଣା
ଭଡା ଘରୁ ମୃତକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ
ମୃତକଙ୍କ ସାନ ଭାଇକୁ ଅଟକ ରଖି ପଚରାଉଚରା 
ଜମି ବିକ୍ରି ଟଙ୍କାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।